ନୂଆଦିଲ୍ଲୀ: ମଙ୍ଗଳବାର ଦିନ ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ କାରଖାନାରେ ବାଣ ତିଆରି କରାଯାଉଥିଲା ଓ ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଅଛନ୍ତି। ମିଳିଥିବା ସୂଚନା ମୁତାବକ ଉନା ଜିଲ୍ଲାର ବାଥୁ ଶିଳ୍ପାଞ୍ଚଳରେ ଏହି ଘଟଣା ଘଟିଛି।
ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକ ପ୍ରବାସୀ ଶ୍ରମିକ ହୋଇଥିବାବେଳେ ବିସ୍ଫୋରଣର କାରଣ ସମ୍ପର୍କରେ ଜଣାପଡିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଜଣେ ତିନି ବର୍ଷର ବାଳିକା ମଧ୍ୟ ଅଛି। କୁହାଯାଉଛି ଯେ ବିସ୍ଫୋରଣ ସମୟରେ ସେ ତାଙ୍କ ମାଙ୍କ ସହ କାରଖାନାରେ ଥିଲେ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ଥିବା କାରଖାନାଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା।
ଲୋକମାନେ ବିସ୍ଫୋରଣ ଶୁଣିବା ପରେ ଘରୁ ବାହାରି ଆସିଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ବର୍ତ୍ତମାନ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/blast.jpg)