ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କର ମୃତ୍ୟୁ

ଭଦୋଦରା: ଗୁଜୁରାଟର ଭଦୋଦରାରେ ଅଘଟଣ ଏକ ହୋଟେଲର ସେପ୍ଟିକ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଭଦୋଦରାର ଫରାତିକୁଇ ଗାଁରେ ଥିବା ଏକ ହୋଟେଲର ସେପ୍ଟିକ ଟାଙ୍କି ସଫା କରିବାକୁ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣ ସଫେଇ କର୍ମଚାରୀ ନିୟୋଜିତ ହୋଇଥିଲେ | ଏମାନଙ୍କ ସହ ତିନି ଜଣ ହୋଟେଲ କର୍ମଚାରୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଥିଲେ | ତେବେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ ଏହି ୭ ଜଣ ଶ୍ୱାସରୁଦ୍ଧ ହୋଇପଡିଥିଲେ |

ଯାହାଫଳରେ ଟାଙ୍କି ଭିତରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା | ଏହି ଘଟଣା ପରେ ହୋଟେଲ ମାଲିକ ଫେରାର ହୋଇଯାଇଥିବାବେଳେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି |

AI News

ପୋଲିସ ଏବେ ମାମଲା ରୁଜୁ କରି ହୋଟେଲକୁ ସିଲ କରିବା ସହ ହୋଟେଲ ମାଲିକଙ୍କୁ ଖୋଜୁଛି | ଏଠାରେ ସୂଚନା ଥାଉ କି ଗତ ବର୍ଷ ଡିସେମ୍ବର ମାସରେ ମଧ୍ୟ ଆନ୍ଧ୍ରପ୍ରଦେଶର ଚି଼ତୁରରେ ଏକ ସେପ୍ଟିକ ଟାଙ୍କିରେ ସଫେଇ କରୁଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର