ହୋଲି ପାଇଁ ରଙ୍ଗ କିଣୁକିଣୁ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ

ପାଟନା: ହୋଲି ପାଇଁ ରଙ୍ଗ କିଣୁଥିବାବେଳେ ଅଘଟଣ | ଏକ ଟ୍ରକ ନିୟନ୍ତ୍ରଣ ହରାଇ ମାଡିଯିବାରୁ ୭ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି | ବିହାରର ନାଳନ୍ଦାରେ ଏଭଳି ଏକ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି | ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି |

ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ହୋଲି ପର୍ବ ଥିବାରୁ ନାଳନ୍ଦା ଜିଲ୍ଲାର ତେଲହଡା ବଜାରରେ ଲୋକମାନେ ରଙ୍ଗ କିଣିବାକୁ ଦୋକାନ ସାମ୍ନାରେ ଛିଡା ହୋଇଥିଲେ | ଏହା ସହ ବଜାର ଗହଳି ଥିବାବେଳେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡିଯାଇଥିଲା |

ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି | ତେବେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ପୁଲିସ ଗିରଫ କରିଥିବାବେଳେ ଏକ ପରିସଂଖ୍ୟାନ ମୁତାବକ ୨୦୧୮ ମସିହାରେ ସଡକ ଦୁର୍ଘଟଣାରେ ବିହାରରେ ୫୫୫୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୯ ମସିହାରେ ୭୨୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା |

ସମ୍ବନ୍ଧିତ ଖବର