ଦରମା ନମିଳିବାରୁ ବିଷ ପିଇଲେ ୭ କର୍ମଚାରୀ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ଘରୋଇ ଫ୍ୟାକ୍ଟ୍ରିର ୭ଜଣ କର୍ମଚାରୀ ଦରମା ନପାଇବାରୁ ଫ୍ୟାକ୍ଟ୍ରି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବିଷ ପିଇଛନ୍ତି। ପରଦେଶୀପୁର ପୁଲିସ ସବ୍‌ ଇନ୍ସପେକ୍ଟର୍‌ ଅଜୟ ସିଂହ କହିଛନ୍ତି ଯେ ଗତ ୨ ମାସ ଧରି ଏହି କର୍ମଚାରୀମାନଙ୍କୁ ଦରମା ମିଳି ନଥିବା ସହ ଅନ୍ୟତ୍ର ବଦଳି କରିଦିଆଯାଇଥିଲା। ତେଣୁ କର୍ମଚାରୀମାନେ ଉତ୍‌କ୍ଷିପ୍ତ ହୋଇ ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ବିଷାକ୍ତ ଦ୍ରବ୍ୟ ସେବନ କରିଥିଲେ। ଏହି ୭ଜଣଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଉର୍ତ୍ତି କରାଯାଇଥିବା ବେଳେ ଏବେ ସମସ୍ତେ ସୁସ୍ଥ ଥିବା କୁହାଯାଇଛି। ବିଷ ପିଇଥିବା ଅନିଲ୍‌ ନିଗମ୍‌ ନାମକ ଜଣେ କର୍ମଚାରୀ କହିଛନ୍ତି ଯେ ଗତ ୨ମାସ ଧରି ବିନା ଦରମାରେ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା ଏବଂ ୨ଦିନ ତଳେ ଆମକୁ ଚାକିରିରୁ ଅନ୍ୟତ୍ର ପଠାଇ ଦିଆଯାଇଥିଲା। ତେଣୁ ଆମେ ଏହି ରାସ୍ତା ଆପଣେଇଲୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର