ଲକ୍‌ଡାଉନ୍‌ ସମୟରେ ଏଟିଏମ୍‌ରୁ ଟଙ୍କା ଉଠାଇଲା ବେଳେ ବାହାରିଲା ନାଗ ସାପ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଏକ ଏଟିଏମ୍‌କୁ ଟଙ୍କା ବାହାର କରିବା ପାଇଁ ଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। କାରଣ ଏଟିଏମ୍‌ ମେସିନ୍‌ ଉପରେ ଏକ ବଡ଼ ନାଗସାପ ଝୁଲି ରହିଥିବା ସେ ଦେଖିବାକୁ ପାଇଥିଲେ।

Oneindia Hindi

ଗାଜିଆବାଦର ଗୋବିନ୍ଦପୁରୀସ୍ଥିତ ଡେରାଡୁନ୍‌ ପବ୍ଲିକ୍‌ ସ୍କୁଲ ପାଖରେ ଥିବା ଜେ-ବ୍ଲକ୍‌ ବଜାରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍‌କୁ ଜଣେ ବ୍ୟକ୍ତି ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେ ଯେମିତି ଏଟିଏମ୍‌ ମେସିନ୍‌ ଥିବା ରୁମ୍‌ର ଦ୍ୱାର ଖୋଲି ଦେଇଛନ୍ତି ସେଠାରେ ଥିବା ଏଟିଏମ୍‌ ମେସିନ୍‌ରେ ୭ଫୁଟ ଲମ୍ବରର ଏକ ସାପ ଝୁଲି ରହିଥିବା ସେ ଦେଖିବାକୁ ପାଇଥିଲେ। ସାପକୁ ଦେଖି ସେ ସମ୍ପୂର୍ଣ୍ଣ ଭୟଭୀତ ହୋଇ ସେଠାରୁ ପ୍ରାଣ ବିକଳରେ ଦୌଡ଼ି ଚାଲି ଆସି ବାହାରେ ଥିବା ସୁରକ୍ଷାକର୍ମୀ ଓ ଅନ୍ୟ ଲୋକମାନଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲେ।

Oneindia Hindi

ଏଟିଏମ୍‌ ଭିତରେ ସାପ ଥିବା ଜାଣି ବାହାରେ ଥିବା ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ ଏଟିଏମ୍‌ ଦ୍ୱାରକୁ ବନ୍ଦ କରି ଦେଇଥିଲେ। ସାପଟି ଏଟିଏମ୍‌ ଭିତରେ ତାଣ୍ଡବ କରିବା ପରେ ମେସିନ୍‌ ଭିତରେ ପଶି ଯାଇଥିଲା। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ଏହି ସାପକୁ ନାଗସାପ ବୋଲି କହୁଛନ୍ତି।

ଏଟିଏମ୍‌ ବାହାରେ ଥିବା ଲୋକମାନେ ଏହି ଘଟଣାର ଭିଡିଓକୁ ନିଜ ଫୋନ୍‌ରେ କୈଦ୍‌ କରି ନେଇଥିଲେ। ପରେ ଏହା ଭାଇରାଲ ହୋଇଯାଇଥିଲା। ସୌଭାଗ୍ୟବଶତଃ ସାପଟି କାହାରିକୁ କିଛି ବି କ୍ଷତି ପହଞ୍ଚାଇ ନାହିଁ। ଏଟିଏମ୍‌ରେ ସାପ ଥିବା ନେଇ ଲୋକମାନେ ବନବିଭାଗର ସାପଧରାଳୀଙ୍କୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ସାପଧରାଳୀ ଘଟଣାସ୍ଥଳରେ ପହଞ୍ଚି ଅନେକ ଚେଷ୍ଟା ପରେ ସାପଟିକୁ ସୁରକ୍ଷିତ ଭାବେ ଏଟିଏମ୍‌ ମେସିନ୍‌ରୁ ବାହାର କରିଥିଲେ। ।

ସମ୍ବନ୍ଧିତ ଖବର