ଅମୀର ଖାଁଙ୍କ ରିପୋର୍ଟ ନେଗେଟିଭ, କିନ୍ତୁ ଡ୍ରାଇଭର ସମେତ ୭ କର୍ମଚାରୀ କରୋନା ଆକ୍ରାନ୍ତ

ମୁମ୍ବାଇ : ବଲିଉଡ ଅଭିନେତା ଅମୀର ଖାଁଙ୍କ କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ଟ୍ଵିଟରରେ ସେ ଲେଖିଛନ୍ତି ଯେ ତାଙ୍କର ଜଣେ କର୍ମଚାରୀଙ୍କ ନମୁନା ପଜିଟିଭ ବାହାରିଛି । ଏହା ଜଣାପଡ଼ିବା ପରେ ବିଏମସି (ବୃହତ ମୁମ୍ବାଇ ମହାନଗରପାଳିକା)ର କର୍ମଚାରୀମାନେ ତାଙ୍କୁ ନେଇ କ୍ୱାରାଣ୍ଟାଇନରେ ରଖିଛନ୍ତି । ତେବେ ତାଙ୍କର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିଲେ ମଧ୍ୟ ତାହା ନେଗେଟିଭ ଆସିଥିବା ଅମୀର କହିଛନ୍ତି । କେବଳ ତାଙ୍କ ମା’ଙ୍କ ପରୀକ୍ଷା ହେବା ବାକି ରହିଛି । ତାଙ୍କୁ ଆଜି ପରୀକ୍ଷା ପାଇଁ ନେଉଛନ୍ତି ବୋଲି ଅମୀର ସୂଚନା ଦେଇଛନ୍ତି ।

ଗଣମାଧ୍ୟମ ସୂଚନା ଅନୁସାରେ ମୋଟ ୭ ଜଣ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ତାଙ୍କ ଡ୍ରାଇଭର ଓ ୨ ଜଣ ଦେହରକ୍ଷୀ ରହିଛନ୍ତି ।

photo–ians

ମୁମ୍ବାଇର କୋକିିଲାବେନ ହସପିଟାଲରେ ଅମୀର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିବା ଜଣାଯାଇଛି ।
ଅମୀର ଏବେ ଲାଲ ସିଂ ଚଡ୍ଡା ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମଟି ହଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ । ଏହି ଫିଲ୍ମଟି ଆସନ୍ତା ଖ୍ରୀଷ୍ଟମାସ ଉପଲକ୍ଷେ ରିଲିଜ ହେବାର ଥିଲେ ମଧ୍ୟ କରୋନା, ଲକଡାଉନ ଆଦି ଯୋଗୁଁ ସୁଟିଂ ବାଧାପ୍ରାପ୍ତ ହୋଇଛି ।

ସମ୍ବନ୍ଧିତ ଖବର