ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବସ୍‌-ଟ୍ରକ୍‌ ଦୁର୍ଘଟଣା; ୭ ମୃତ, ୩୪ ଆହତ

ନୂଆଦିଲ୍ଲୀ: ରବିବାର ଦିନ ଉତ୍ତରପ୍ରଦେଶ ଅନ୍ତର୍ଗତ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ମୈନପୁରୀ ନିକଟରେ ଏକ ବସ୍‌ ଗୋଟାଏ ଟ୍ରକ୍‌ ଉପରେ ଧକ୍କା ଖାଇବାରୁ ସାତ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୩୪ ଜଣ ଆହତ ହୋଇଛନ୍ତି।

ବସ୍‌ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଟ୍ରକ୍‌ ସହ ଧକ୍କା ଖାଇ ଥିଲା ବୋଲି କୁହାଯାଉଛି।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଇଟାଓ୍ଵାହ୍‌ର ସାଇଫାଇ, ପିଜିଆଇକୁ ପଠାଯାଇଛି।

ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ଅଛି। ଭଙ୍ଗାରୁଜା ଅଂଶକୁ କାଟିବା ପରେ ବସ୍‌ ଭିତରେ ଅଟକି ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି।

ଘରୋଇ ବସ୍‌ଟି ଦିଲ୍ଲୀରୁ ଉତ୍ତରପ୍ରଦେଶର ବନାରସ ଯାଉଥିଲା।

ରିଲିଫ୍‌ କାର୍ଯ୍ୟ ପାଇଁ ଗୋଟାଏ କ୍ରେନ୍‌ର ବନ୍ଦୋବସ୍ତ କରାଯାଇଛି।

ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିମାନଙ୍କ ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର