ଧସ୍ତାଧସ୍ତିରେ କାବୁଲ ବିମାନବନ୍ଦରରେ ୭ଜଣଙ୍କ ମୃତ୍ୟୁ

କାବୁଲ: ଧସ୍ତାଧସ୍ତିରେ କାବୁଲ ବିମାନବନ୍ଦରରେ ୭ଜଣଙ୍କ ମୃତ୍ୟୁ | ବ୍ରିଟିଶ ସେନା ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରୁ ତାଲିବାନ ଡରରେ ପଳାୟନ କରୁଥିବା ଲୋକେ ପରସ୍ପର ସହ ଧସ୍ତାଧସ୍ତି ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି | କାବୁଲର ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି |

ପ୍ରତିରକ୍ଷା ମନ୍ତ୍ରାଳୟ ରବିବାର ଏକ ବିବୃତିରେ କହିଛି ଯେ, କାବୁଲ ବିମାନବନ୍ଦରର ଅବସ୍ଥା ଅତ୍ୟନ୍ତ ଖରାପ ଅଛି | କିନ୍ତୁ ସ୍ଥାନାନ୍ତର ପ୍ରକ୍ରିୟାକୁ ଯଥା ସମ୍ଭବ ସୁରକ୍ଷିତ ଏବଂ ନିରାପଦରେ ପରିଚାଳନା କରିବା ପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରୁଛୁ।

7 Afghans killed in chaos at Kabul airport, says British military | World News - Hindustan Times
Hindustan Times

ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ଏବେ ସେଠାରେ ରହୁଥିବା ଲୋକେ ଅନ୍ୟ ଦେଶକୁ ଯିବା ଆରମ୍ଭ କରିଛନ୍ତି | ବିଭିନ୍ନ ଦେଶ ପକ୍ଷରୁ ଏବେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି | ବର୍ତ୍ତମାନ ସୁଦ୍ଧା ୨୫୦୦ ଆମେରିକୀୟଙ୍କ ସମେତ ୧୭,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଆମେରିକା। ଏହା ସହ ଭାରତ ମଧ୍ୟ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛି | ଆଜି ଭାରତକୁ ଏୟାର ଇଣ୍ଡିଆ ବିମାନ ଏବଂ ବାୟୁସେନା ବିମାନରେ ପାଖାପାଖି ୩୦୦ ଭାରତୀୟ ଫେରିଛନ୍ତି |

ସମ୍ବନ୍ଧିତ ଖବର