ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ କେବଳ ରେଳବାଇରେ ପ୍ରାୟ ଅଢ଼େଇ ଲକ୍ଷ ପଦବୀ ଖାଲି ରହିଛି । ୨୦୧୯ ମାର୍ଚ୍ଚ ମାସ ଯାଏଁ ଏହି ପଦବୀଗୁଡ଼ିକ ପୂରଣ ହୋଇ ନାହିଁ ବୋଲି ସଂସଦରେ ଏସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି । ତେବେ ଏହାର କାରଣ କ’ଣ ତାହା ସ୍ପଷ୍ଟ କରିନାହାଁନ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ।

Advertisment

ଗତକାଲି କଂଗ୍ରେସ ସାଂସଦ ଦୀପକ ବୈଜ ଓ ବିଜେପି ସଦସ୍ୟ ଦର୍ଶନା ଜରଦେଶ ଦେଶରେ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ କେତେ ପଦବୀ ଖାଲି ରହିଛି ଓ ଏହାକୁ ପୂରଣ କରିବାକୁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କିତ ଏକ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଙ୍ଗୱାର ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବୀ ଖାଲି ପଡ଼ି ରହିଛି । କେବଳ ରେଳ ବିଭାଗରେ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ପଦବୀ ଖାଲି ରହିଛି ।

publive-image photo-amarujala

ଏହି ପଦବୀଗୁଡ଼ିକର ପୂରଣ ପାଇଁ ସରକାର ପ୍ରାଥମିକ ସ୍ତରରେ ପଦକ୍ଷେପ ନେଇଛନ୍ତି । ଏତତବ୍ୟତୀତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସନ୍ତୋଷ ଗଙ୍ଗୱାର କହିଛନ୍ତି ।