ମହାରାଷ୍ଟ୍ର: ୫ ମହିଳାଙ୍କ ସମେତ ୭ ମାଓବାଦୀ ନିହତ

ମୁମ୍ବାଇ : ଆଜି ସକାଳେ ମହାରାଷ୍ଟ୍ରର ଗାଡ଼ଚିରୋଲି ଜିଲ୍ଲାରେ ପୋଲିସ ଗୁଳିରେ ୫ ଜଣ ମହିଳାଙ୍କ ସମେତ୭ ଜଣ ମାଓବାଦୀ ନିହତ ହୋଇଛନ୍ତି। କଲେଡ଼ ଗ୍ରାମ ନିକଟରେ ଥିବା ଜିଙ୍ଗାନୁର ଜଙ୍ଗଲରେ ସକାଳ ପ୍ରାୟ ୭ଟା ବେଳେ ମହାରାଷ୍ଟ୍ରର ମାଓବାଦୀ-ମୁକାବିଲା ଲାଗି ଗଠିତ ସ୍ୱତନ୍ତ୍ର ସ୍କାଡ୍‍ ସି-୬୦ ର କମାଣ୍ଡୋଙ୍କ ଦ୍ୱାରା କରାଯାଇଥିବ ଅପେରେସନରେ ମାଓବାଦୀ ନିହତ ହୋଇଥିଲେ ବୋଲି କହିଛନ୍ତି ଜନୈକ ପୋଲିସ ଅଧିକାରୀ ।

ଡ଼ିସେମ୍ବର ୨ରୁ ୮ ପର୍ଯ୍ୟନ୍ତ ମାଓବାଦୀ ପାଳନ କରୁଥିବା ସହିଦ ସପ୍ତାହ ସମୟରେ ହିଂସାକାଣ୍ଡ ଘଟାଇବା ଲାଗି ଛତିଶଗଡ଼ର ସୀମାସ୍ଥିତ ଜଙ୍ଗଲରେ ଏହି ମାଓବାଦୀମାନେ କ୍ୟାମ୍ପ କରିଥିଲେ । ଖବର ପାଇ କମାଣ୍ଡୋମାନେ ପେଟ୍ରୋଲିଙ୍ଗ କଲାବେଳେ ମାଓବାଦୀ ଗୁଳିଚାଳନା କରିଥିଲେ । ଏହାପରେ ଗୁଳି-ବିନିମୟ ଚାଲିଥିଲା। ଏଥିରେ ସମୁଦାୟ ୭ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ସେଥିରେ ୫ ଜଣମହିଳା ଅଛନ୍ତି। ଘଟଣାସ୍ଥଳରୁ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ମୃତ ମାଓବାଦୀମାନଙ୍କ ଶରୀରକୁ ବର୍ତ୍ତମାନ ଜଙ୍ଗଲରୁ ଉଦ୍ଧାର କରାଯାଉଛି।

ସମ୍ବନ୍ଧିତ ଖବର