କଶ୍ମୀରରେ ଦୁଇଟି ଏନ୍‌କାଉଣ୍ଟର୍‌ ଘଟଣାରେ ସାତ ଆତଙ୍କବାଦୀ ନିହତ, ପାମ୍ପୋର୍ ମସ୍‌ଜିଦରେ ପଶିଲେ ନିରାପତ୍ତା ବଳ

ଶ୍ରୀନଗର: ଦକ୍ଷିଣ କଶ୍ମୀରରେ ଦୁଇଟି ସ୍ଥାନରେ ଭୀଷଣ ଗୁଳିବିନିମୟ ଘଟି ସମୁଦାୟ ସାତଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ଏନ୍‌କାଉଣ୍ଟର୍ ଏବେ ମଧ୍ୟ ପାମ୍ପୋର୍ ଏବଂ ଶୋପିଆଁରେ ଜାରି ରହିଛି।

ପାମ୍ପୋର୍ ଏନ୍‌କାଉଣ୍ଟର୍ ସ୍ଥଳରୁ ଦୁଇଜଣ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ଶୋପିଆଁରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର୍‌ ଘଟଣାରେ ନିରାପତ୍ତା ବଳ ଚାରି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ପାମ୍ପୋର୍‌ରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଘଟଣାରେ ସ୍ପେସାଲ୍ ଅପରେସନ୍ ଗ୍ରୁପ୍‌ର କମାଣ୍ଡୋମାନେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇବାରେ ବିଫଳ ହୋଇ ମସ୍‌ଜିଦ୍ ମଧ୍ୟକୁ ପ୍ରବେଶ କରିଥିଲେ। ଗୁରୁବାର ସକାଳୁ ଦୁଇଜଣ ଆତଙ୍କବାଦୀ ମସ୍‌ଜିଦ୍ ମଧ୍ୟରେ ଆତ୍ମଗୋପନ କରିଥିଲେ। ଫଳରେ ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Image Courtesy of Yahoo News India

ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ କହିଛନ୍ତି, ଉଭୟ ସ୍ଥାନର ଗୁଳିବିନିମୟ ଆଜି ସକାଳୁ ପୁନର୍ବାର ଆରମ୍ଭ ହୋଇଥିଲା। ମିଜ୍ ପିମ୍ପୋର ଠାରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଅନ୍ୟ ଦୁଇ ଦୁଇଜଣ ସ୍ଥାନୀୟ ବିଶାଳକାୟ ମସ୍‌ଜିଦ୍ ମଧ୍ୟକୁ ପଶିଯାଇଥିଲେ। ମସ୍‌ଜିଦ୍‌ର ପବିତ୍ରତା ବଜାୟ ରଖି ନିରାପତ୍ତା ବଳ ମସ୍‌ଜିଦ୍‌ ମଧ୍ୟକୁ ପ୍ରବେଶ କରି ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଶୋପିଆଁର ମୁନାନ୍ଦ ଠାରେ ମଧ୍ୟ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏ ବର୍ଷ କଶ୍ମୀରରେ ନିରାପତ୍ତା ବଳ ୧୦୦ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

ସମ୍ବନ୍ଧିତ ଖବର