ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶନିବାର ବିଏସପି ଏବଂ ବିଜେପିକୁ ଝଟକା ଦେଇଛନ୍ତି। ବିଏସପିର ୬ଜଣ ବିଦ୍ରୋହୀ ବିଧାୟକ ଏବଂ ଜଣେ ବିଜେପି ବିଧାୟକ ଲଖନଉ ସମାଜବାଦୀ ପାର୍ଟି ମୁଖ୍ୟାଳୟରେ ପହଞ୍ଚି ସାଇକେଲ ଧରିଥିଲେ । ଆଉ ଏହା ପରେ ଅଖିଳେଶ ବିଜେପି ଉପରେ କଡ଼ା ଆକ୍ରମଣ କରିଥିଲେ। ବିଜେପି ବିଧାୟକ ଯୋଗଦେବା ପରେ ଅଖିଳେଶ ଯାଦବ କହିଛନ୍ତି ଯେ ଏହି ମିଶ୍ରଣ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ଦଳର ସ୍ଲୋଗାନ ବଦଳାଇବେ।
'ମୋ ପରିବାର, ବିଜେପି ପରିବାର' ବଦଳରେ 'ମୋ ପରିବାର,ଭାଗତା ପରିବାର' ବୋଲି ଏଣିକି କହିବେ | ଅଖିଳେଶ କହିଛନ୍ତି ଯେ ବିଜେପି ଏହାର ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ। ସମାଜବାଦୀମାନେ ବିଶ୍ୱାସ କରନ୍ତି ଯେ ଯାହା କଂଗ୍ରେସ ତାହା ବିଜେପି, ଯାହା ବିଜେପି ତାହା କଂଗ୍ରେସ।
ଆଜି ସପାରେ ଯୋଗଦେଇଥିବା ବିଧାୟକଙ୍କ ମଧ୍ୟରେ ବିଏସପି(ବହୁଜନ ସମାଜ ପାର୍ଟି)ର ୬ଜଣ ବିଦ୍ରୋହୀ ବିଧାୟକ ସୁଷମା ପଟେଲ, ହରଗୋବିନ୍ଦ ଭର୍ଗବ, ଅସଲମ ଚୌଧୁରୀ, ଅସଲମ ରାଇନି, ହାକିମ ଲାଲ ବିନ୍ଦ ଏବଂ ମୁଜତାବା ସିଦ୍ଦିକି ରହିଛନ୍ତି | ସେହିପରି ବିଜେପି ବିଦ୍ରୋହୀ ବିଧାୟକ ରାକେଶ ରାଠୋର ରହିଛନ୍ତି | ସେହିପରି ଚାରିଥର ବିଧାୟକ ତଥା ରାଜ୍ୟସଭା ସାଂସଦ ହରେନ୍ଦ୍ର ମଲିକ ପ୍ରାୟ ୨୦ ବର୍ଷ ପରେ ସମାଜବାଦୀ ପାର୍ଟିକୁ ଫେରିଛନ୍ତି । ଅନ୍ୟପଟେ ସର୍ବ ସମାଜ ଏକତା ଦଳର ରାଜ୍ୟ ସଭାପତି ଜୟପାଲ ସିଂ କଶ୍ୟପ ସମାଜବାଦୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/yogi-akhilesh-mayawati.jpg)