ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ମୃତ

ଅହମ୍ମଦାବାଦ: ଗୁଜୁରାଟର ସୁରେନ୍ଦ୍ରନଗରରେ ଆଜି ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ସହିତ ଏକ କାରର ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସୁରେନ୍ଦ୍ରନଗର ଜିଲ୍ଲାର ପଟାଡି ତହସିଲର ଖେରୱା ଗ୍ରାମ ନିକଟରେ ଘଟିଛି।

ରିପୋର୍ଟରୁ ପ୍ରକାଶ, ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାର ଏକ ଡମ୍ପର ଟ୍ରକ ସହିତ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାରର ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ଜଣେ ମହିଳାଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମଧ୍ୟରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସର ସୂଚନାନୁସାରେ, ଏହି ଦୁର୍ଘଟଣା ପରେ କାରର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ରମେଶ ନାଇ (୩୮), ତାଙ୍କ ପତ୍ନୀ କୈଳାଶବେନ (୩୫) ଏବଂ ସେମାନଙ୍କର ସନ୍ତାନ ସୁନ୍ନି (୧୨) ଏବଂ ଶୀତଲ (୮) – ସମସ୍ତେ କୋରଡା ଗାଁର ଏବଂ ସେମାନଙ୍କ ସମ୍ପର୍କୀୟ ହରେଶ ନାଇ (୩୫), ତାଙ୍କ ପତ୍ନୀ ସେଜାଲବେନ (୩୫) ଏବଂ ପୁଅ ହର୍ଷିଲ (୬) ବୋଲି ଜଣାପଡିଛି। ଏମାନେ ସମସ୍ତେ ନାନାପୁରା ଗ୍ରାମର ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର