କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ପରିମାଣ ୭%କୁ ବୃଦ୍ଧି ପାଇଛି। ୨୦୧୮ ଜାନୁଆରି ପହିଲାରୁ ଏହି ନିଷ୍ପତ୍ତି ଲାଗୁ ହେବ। ଏହା ଦ୍ୱାରା ଦେଶ ସରକାରଙ୍କ ୧୧ ନିୟୁତ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀ ଲାଭବାନ ହେବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ୪୮ ଲକ୍ଷ ୪୧ ହଜାର କର୍ମଚାରୀ ଏବଂ ୬୧ ଲକ୍ଷ ୧୭ ହଜାର ପେନ୍‌ସନ୍‌ଭୋଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁଁ ରାଜକୋଷ ଉପରେ ୧୨ ହଜାର କୋଟି ଟଙ୍କାର ବୋଝ ପଡ଼ିବ।

ସମ୍ବନ୍ଧିତ ଖବର