ଦୈନିକ କୋଭିଡ୍‌ ସଂକ୍ରମଣରେ ୭% ହ୍ରାସ: ସଂକ୍ରମଣ ହାର ୧୪.୪୩%କୁ ଖସିଲା

ନୂଆଦିଲ୍ଲୀ: ଭାରତରେ ଆଜି କରୋନା ସଂକ୍ରମଣର ନୂଆ ମାମଲାରେ ୭ ପ୍ରତିଶତ ହ୍ରାସ ‌ ଘଟିଛି। ଏହା ସହିତ ବିଗତ ୨୪ ଘଣ୍ଟାରେ ସଂକ୍ରମଣ ହାର (ଟେଷ୍ଟ ପଜିଟିଭ ରେଟ୍‌) ୧୪.୪୩ ପ୍ରତିଶତକୁ ଖସିଆସିଛି। ପୂର୍ବରୁ ଏହା ୧୮ ପ୍ରତିଶତରୁ ଅଧିକ ରହିଥିଲା। ଆଜି ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରର୍ଟ ମୁତାବକ ୨୪ ଘଣ୍ଟାରେ ଦେଶରେ ୨,୩୮,୦୧୮ ନୂଆ ମାମଲା ରିପୋର୍ଟ କରାଯାଇଛି। ଏହି ସମୟ ମଧ୍ୟରେ ୩୧୦ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଛି। କରୋନା ସଂକ୍ରମଣର ତୃତୀୟ ଲହର ମଧ୍ୟରେ ଗତ ୨୪ ଘଣ୍ଟାରେ ୧୬,୪୯,୧୪୩ ଟେଷ୍ଟିଂ ହୋଇଛି। ସକ୍ରିୟ ମାମଲା ୪.୬୨ ପ୍ରତିଶତରେ ପହଞ୍ଚିଛି ଏବଂ ଆରୋଗ୍ୟ ହାର ୯୬.୯ ପ୍ରତିଶତ ରହିଛି। ଗତକାଲି ୧,୫୭,୪୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ସୁଦ୍ଧା ‌ମୋଟ୍‌ ୩,୫୩,୯୪,୮୮୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଓମିକ୍ରନ ସଂକ୍ରମଣ ମାମଲାରେ ଗତକାଲି ତୁଳନାରେ ଆଜି ୮.୩୧ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ଓମିକ୍ରନ୍‌ର ମୋଟ ମାମଲା ୮୮୯୧ରେ ପହଞ୍ଚିଛି। ଗତକାଲି ମଣିପୁରରେ ବହୁ ସଂଖ୍ୟାରେ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିଲା। ଆଜି କେରଳ ଓ କର୍ଣ୍ଣାଟକରେ ୫୦ରୁ ଅଧିକ ଓମିକ୍ରନ୍‌ ମାମଲା ଠାବ ହୋଇଛି।

ସମ୍ବନ୍ଧିତ ଖବର