ଗୌହାଟୀ : ଭାରତ ଆଜି ପ୍ରଥମ ଥର ପାଇଁ ୭ ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମିଅାଁମାରକୁ ପ୍ରତ୍ୟର୍ପଣ କରିଛି। ସେମାନେ ବେଆଇନ ଭାବେ ଆସାମେର ରହୁଥିଲେ ଏବଂ ୨୦୧୨ ମସିହାରେ ପୁଲିସ ହାତରେ ଧରା ପଡ଼ିବାପରେ ସେମାନଙ୍କୁ ଆସାମ୍ର ସିଲଚାର୍ ସ୍ଥିତ କଚାର କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା। ଉକ୍ତ ୭ ରୋହିଙ୍ଗ୍ୟା ମୁସଲିମ୍ଙ୍କୁ ଆଜି ମଣିପୁରର ମୋରେ ସୀମା ନିକଟରେ ମିଅାଁମାର କର୍ତ୍ତୃପକ୍ଷମାନଙ୍କୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ ଆଜି ପ୍ରାରମ୍ଭରେ ଏହି ବେଆଇନ ରୋହିଙ୍ଗ୍ୟାଙ୍କ ପ୍ରତ୍ୟର୍ପଣ ନେଇ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଜଣେ ରୋହିଙ୍ଗ୍ୟା ଏକ ଜନସ୍ବାର୍ଥ ମାମଲା କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ୍ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି କହିଥିଲେ ଯେ ପ୍ରତ୍ୟର୍ପଣ ହେବାକୁ ଥିବା ୭ ଜଣ ରୋହିଙ୍ଗ୍ୟା ବେଆଇନ ଏବଂ ମିଅାଁମାର ସରକାର ମଧ୍ୟ ସେମାନଙ୍କୁ ନିଜର ନାଗରିକ ବୋଲି ଗ୍ରହଣ କରି ସାରିଛନ୍ତି। ତେଣୁ ଏ କ୍ଷେତ୍ରରେ କେନ୍ଦ୍ର ଯେଉଁ ନିଷ୍ପତ୍ତି ନେଇଛି ସେଥିରେ କୋର୍ଟ ହସ୍ତେକ୍ଷପ କରିବେନି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଜଣ େବଆଇନ ରୋହିଙ୍ଗ୍ୟାଙ୍କୁ ମିଅାଁମାର କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟର୍ପଣ କରାଯାଇଛି। ଏବେ ଭାରତରେ ୪୦,୦୦୦ ଶରଣାର୍ଥୀ ରହୁଥିବା ଜଣାପଡ଼ିଛି।
ମିଅାଁମାର ପ୍ରତ୍ୟର୍ପଣ ହେଲେ ୭ ରୋହିଙ୍ଗ୍ୟା
ହସ୍ତକ୍ଷେପ କଲେନି ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2018/10/rohingya-970.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)