ଶରଣାର୍ଥୀଙ୍କ ଆଶଙ୍କା: ମିଅାଁମାରକୁ ପ୍ରତ୍ୟାର୍ପଣ କରାଯାଇଥିବା ୭ ରୋହିଙ୍ଗ୍ୟାଙ୍କୁ ଖୁବ୍‌ ଶୀଘ୍ର ହତ୍ୟା କରାଯିବ

ନୂଆଦିଲ୍ଲୀ: ଭାରତରେ ବସବାସ କରୁଥିବା ରୋହିଙ୍ଗ୍ୟା ମୁସଲମାନଙ୍କର ଭୟ ଯେ ମିଅାଁରମାର୍‌କୁ ପ୍ରତ୍ରାର୍ପଣ କରାଯାଇଥିବା ସାତ ଜଣ ଶରଣାର୍ଥୀଙ୍କୁ ଖୁବ୍‌ ଶୀଘ୍ର ହତ୍ୟା କରାଯିବ।

କାଳିନ୍ଦୀ କୁଞ୍ଜ ଶିବିରରେ ବାସ କରୁଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ କହୁଛନ୍ତି: ଆମ ଦେଶରେ ଶାନ୍ତି ଫେରିବା ଯାଏଁ ଏଠାରେ ଆମକୁ ରହିବାକୁ ଅନୁମତି ଦେବାକୁ ଖାଲି ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ। ପ୍ରତ୍ୟାର୍ପଣ କରାଯାଇଥିବା ୭ ଜଣ ରୋହିଙ୍ଗ୍ୟାଙ୍କୁ ଖୁବ୍‌ ଶୀଘ୍ର ହତ୍ୟା କରାଯିବ।

ମିଅାଁମାର୍‌ କର୍ତ୍ତୃପକ୍ଷମାନେ ସେମାନଙ୍କୁ ହତ୍ୟା କରିବେ ବୋଲି ଏମାନଙ୍କର ଆଶଙ୍କା ହେଉଛି।

ଗୁରୁବାର ଦିନ ଭାରତ ସାତ ଜଣ ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଅାଁମାରକୁ ବିଦା କରିବା ପରେ ଆହୁରି ଅନେକଙ୍କୁ ବିଦା କରିପାରେ ବୋଲି ଶରଣାର୍ଥୀ ଶିବିରରେ ବାସ କରୁଥିବା ଅନ୍ତେବାସୀଙ୍କର ଭୟ ହେଉଛି।

ସରକାରୀ ହିସାବ ଅନୁସାରେ ଭାରତରେ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିବରଗୁଡ଼ିକରେ ରହୁଛନ୍ତି। ବୌଦ୍ଧଧର୍ମ ବହୁଳ ମିଅାଁମାର୍‌ରେ ହିଂସାକାଣ୍ଡ ଘଟିବାରୁ ସେମାନେ କିଛି ବର୍ଷ ମଧ୍ୟରେ ସେଠାରୁ ଭାରତକୁ ଚାଲି ଆସିଛନ୍ତି। ମିଅାଁମାର ରୋହିଙ୍ଗ୍ୟାମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ଅଗ୍ରାହ୍ୟ କରିଦେଇଛି।

ସମ୍ବନ୍ଧିତ ଖବର