ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କଲେ ଏହି ୭ଟି ରାଜ୍ୟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କଲେ ୭ଟି ରାଜ୍ୟ। ଦିନକୁ ଦିନ ରାହୁଲଙ୍କୁ ଦଳର ସମର୍ଥନ ମିଳୁଥିବା ବେଳେ ଏପର୍ଯ୍ୟନ୍ତ ୭ଟି ରାଜ୍ୟ ୟୁନିଟ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିସାରିଛନ୍ତି। ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଥିବା ବେଳେ ପରେ ମହାରାଷ୍ଟ୍ର, ବିହାର, ତାମିଲନାଡୁ, ଜମ୍ମୁ-କଶ୍ମୀର, ଛତିଶଗଡ଼ ଓ ଗୁଜରାଟ ରାଜ୍ୟ ୟୁନିଟ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛି।

ଗୁଜରାଟରେ ଦଳର ଷ୍ଟେଟ ୟୁନିଟ୍ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରି କହିଥିଲା ଯେ, ଭାରତର ଭବିଷ୍ୟତ ତଥା ଯୁବପିଢ଼ିମାନଙ୍କ ସ୍ୱର ସାଜିଥିବା ସମ୍ମାନିତ ରାହୁଲ ଗାନ୍ଧୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି କରାଯିବା ଉଚିତ୍। ତେବେ ୭ଟି ରାଜ୍ୟ ୟୁନିଟ ପରେ ହିମାଚଳ ପ୍ରଦେଶ ରାଜ୍ୟ ୟୁନିଟ୍ ମଧ୍ୟ ସମାନ ସଂକଳ୍ପ ପାରିତ କରିବ ବୋଲି କୁହାଯାଉଛି।

ହେଲେ ଏବେ ବି କଂଗ୍ରେସର କିଛି ନେତା କଂଗ୍ରେସ ସଭାପତି ହେବା ପାଇଁ ରାହୁଲଙ୍କୁ ବାଧ୍ୟ କରାଯିବା ଉଚିତ୍ ନୁହେଁ ବୋଲି କହୁଛନ୍ତି। ତେବେ ବିଭିନ୍ନ ରାଜ୍ୟ ୟୁନିଟ ଏଭଳି ସଂକଳ୍ପ ପାରିତ କରିବା ପରେ ରାହୁଲ କଂଗ୍ରେସ ସଭାପତି ହେବା ପାଇଁ ରାଜି ହେଉଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର