ଆଇଏସ ନିଯୁକ୍ତି ମାମଲା: ବିହାରି ମହିଳାଙ୍କୁ ୭ବର୍ଷ ଜେଲ ଦଣ୍ଡ

କୋଚି: ପ୍ରଥମ ଥର ପାଇଁ ଇସଲାମିକ ଷ୍ଟେଟ (ଆଇଏସ) ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କୋର୍ଟ ଶନିବାର ଜଣେ ବିହାରି ମହିଳା ୟସମନ ମହମ୍ମଦ ଜାହିଦକୁ ୭ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ସେହିଭଳି ଆଫଗାନିସ୍ଥାନରେ ଥିବା ତାଙ୍କ ପୁଅ ଓ ୟସମନ ମହମ୍ମଦ ଜାହିଦଙ୍କୁ ୨୫,୦୦୦ ଟଙ୍କା ଜୋରିମାନା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତିା ଘଟଣାରୁ ପ୍ରକାଶ ଯେ, କଶାରଗଡ ଜିଲ୍ଲାରେ ଥିବା ୧୪ଜଣ ବ୍ୟକ୍ତି ୨୦୧୬ ଜୁଲାଇ ଓ ମେ ମାସରେ ତାଙ୍କ ପରିବାର ସହ ଭାରତରୁ ବାହାରକୁ ଯାଇ ଆତଙ୍କବାଦୀ ସଙ୍ଗଠନ ‘ଆଇଏସ’ରେ ଯୋଗ ଦେଇଥିଲେ । ମୁଖ୍ୟ ଅଭିଯୁକ୍ତ ଅବଦୁଲ ରସିଦ ଓ ତାର ସହଯୋଗୀମାନେ ଲୋକ ମାନଙ୍କୁ ନେଇ ଆଇଏସରେ ଭର୍ତ୍ତି କରାଇଥିଲୋ

ୟସମେନ ମହମ୍ମଦକୁ ୨୦୧୬ ଜୁଲାଇ ୩୦ ରେ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା ସେହି ସମୟରେ ସେ ତାର ପତି ଓ ସହଯୋଗୀ ଅବଦୁଲ ରସିଦ ସହ ଆଇଏସରେ ଯୋଗଦେବା ପାଇଁ ଭାରତ ଛାଡି ଆଫଗାନିସ୍ଥାନ ଯାଉଥିଲା । ଅଦାଲତ ତାଙ୍କ ଶୁଣାଣିରେ କହିଛନ୍ତି ଅବଦୁଲ ରସିଦ ଓ ୟାସମାନି ମହମ୍ମଦ ଏହି ମାମଲାରେ ସଂପୃକ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର