୫ଟି ରାଜ୍ୟରେ ଦେଶର ୭୦%  କରୋନା ମୃତ୍ୟୁ ମାମଲା : ସ୍ୱାସ୍ଥ୍ୟ ମନ୍ତ୍ରାଳୟ 

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୁଷଣ କହିଛନ୍ତି ଯେ ଭାରତର ମୋଟ ଜନସଂଖ୍ୟା ତୁଳନାରେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁହାର କମ ରହିଛି ।

ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତରେ ପ୍ରତି ନିୟୁତ ଜନସଂଖ୍ୟା ପିଛା କରୋନା ଆକ୍ରାନ୍ତ ସଂଖ୍ୟା ୩୧୦୨ ଥିବାବେଳେ ମୃତ୍ୟୁସଂଖ୍ୟା ୫୩ ରହିଛି । ପୁଣି ଏହି ମୃତ୍ୟୁହାର ଦ୍ରୁତଗତିରେ କମିଚାଲିଛି । ଅଗଷ୍ଟ ଆରମ୍ଭରେ ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ୨.୧୫ ପ୍ରତିଶତ ଥିବାବେଳେ ଏବେ ତାହା ୧.୭ ପ୍ରତିଶତକୁ ହ୍ରାସ ପାଇଛି । ଦେଶର ମାତ୍ର ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୭୦ ପ୍ରତିଶତ ମୃତ୍ୟୁ ରହିଛି । ଆହୁରି ମଧ୍ୟ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ହଜାରରୁ କମ ଲେଖାଏଁ ସକ୍ରିୟ ମାମଲା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ମଙ୍ଗଳବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୭୨,୭୭୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୭୫୮୦୯ଟି ନୂଆ ମାମଲା ଓ ୧୧୩୩ ଟି ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର