କୋଏମ୍ବାଟୁର: ଆସନ୍ତାକାଲି (ସେପ୍ଟେଟର ୧୭) ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ୭୦ ବର୍ଷ ବୟସରେ ପଦାର୍ପଣ କରିବେ। ତେବେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୦ ତମ ଜନ୍ମଦିନ ପୂର୍ବରୁ ତାମିଲନାଡୁର କୋଏମ୍ବାଟୁରରେ ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀମାନେ କୋଏମ୍ବାଟୁରର ସିଭାନ୍‌ କାମାଚି ଅମ୍ମାନ ମନ୍ଦିରରେ ବିଜେପି କର୍ମୀମାନେ ଭଗବାନ ଶିବ ନିକଟରେ ଏକ ୭୦ କିଲିଆ ଲଡୁ ଭୋଗ ଲଗାଇଛନ୍ତି।

Advertisment

ଶିବଙ୍କ ନିକଟରେ ୭୦ କିଲିଆ ଲଡୁ ଭୋଗ ଲଗାଇବା ପରେ କର୍ମୀମାନେ ଏହାକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଉତ୍ସବକୁ ପାଳନ କରିବା ପାଇଁ ବିଜେପି କର୍ମୀମାନେ ମନ୍ଦିର ବାହାରେ ଏକ ଶୋଭାଯାତ୍ରା କରିଥିଲେ ଏବଂ ପରେ ପ୍ରାର୍ଥନା କରିଥିଲେ ଯାହା ପରେ ଲଡୁ ଭୋଗ କରାଯାଇ ବଣ୍ଟନ କରାଯାଇଥିଲା।

publive-image NewsBharati

ଉତ୍ସବର ଏକ ଅଂଶ ଭାବରେ ଗତ ଏକ ସପ୍ତାହ ଧରି ବିଜେପି କର୍ମୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ, ଯେଉଁମାନେ ଅସହାୟ ଲୋକଙ୍କ ମଧ୍ୟରେ ରାସନ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ ଏବଂ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲେ।

ଏହାପୂର୍ବରୁ ସେପ୍ଟେଟର ୧୪ରେ ପ୍ରଧାନମନ୍ତ୍ରୀଙ୍କ ୭୦ ତମ ଜନ୍ମଦିନ ପାଳନ ପାଇଁ ବିଜେପି ଏକ ସପ୍ତାହ ବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ସମଗ୍ର ଦେଶରେ ଦଳର ନେତା ତଥା କର୍ମୀମାନେ ଅନେକ ସାମାଜିକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଅଭିଯାନ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଚାପ୍ରାଉଲି ଗ୍ରାମରେ ଦଳର ସଭାପତି ଜେ.ପି ନଡ୍ଡାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ସେପ୍ଟେଟର ୨୦ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ।