ମନଲାଖି ପୁରସ୍କାର ନ ମିଳିବାରୁ ୭୦ ଲକ୍ଷ ଚୋରି

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ପୁଂଜି ଲଗାଣକାରୀଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଗତ କିଛି ମାସ ତଳେ ଏକ ବଡ଼ ଧରଣର ଚୋରିକୁ ନିଜ ସାହସିକତା ବଳରେ ପଣ୍ଡ କରିଥିଲେ। ୮୦ ଲକ୍ଷ ଟଙ୍କା ସେ ଜମା କରିବାକୁ ଯାଉଥିବା ବେଳେ କିଛି ଚୋର ତାଙ୍କଠାରୁ ଲୁଟିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେମାନଙ୍କୁ ମାର୍‌ପିଟ୍‌ କରିବା ସହ ୮୦ ଲକ୍ଷ ଟଙ୍କା ନିଜ ମାଲିକଙ୍କୁ ଫେରାଇଥିଲେ। ଏତେସବୁ ପରେ ତାଙ୍କ ମାଲିକ ତାଙ୍କୁ କେବଳ ଏକ ଟି-ସାର୍ଟ ପୁରସ୍କାର ସ୍ୱରୂପ ଦେବାରୁ ସେ ଖୁବ୍‌ କ୍ଷୁବ୍ଧ ହୋଇଥିଲେ। ଏହାପରେ ସେ ଚୋରି ଷଡ଼ଯନ୍ତ୍ର କରିଥିଲେ ଏବଂ ମାଲିକଙ୍କ ୭୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଉକ୍ତ ଅଭିଯୁକ୍ତର ନାମ ଧାନ୍‌ ସିଂହ ବିଷ୍ଟ। ସେ ତା’ ବନ୍ଧୁ ୟାକୁବ୍‌ ସହ ଏଭଳି ଯୋଜନା କରିଥିଲା। ଦିଲ୍ଲୀ ପୁଲିସ କ୍ରାଇମ୍‌ବ୍ରାଞ୍ଚ୍‌ ୟାକୁବ୍‌କୁ ଗିରଫ କରିବା ପରେ ସେ ସବୁ ସତ ମାନି ଯାଇଛି।

ସମ୍ବନ୍ଧିତ ଖବର