ନୂଆଦିଲ୍ଲୀ, ୪/୧୦ : ଦେଶରେ ୭୦ ପ୍ରତିଶତ ସାବାଳକ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି। ଅନ୍ୟପକ୍ଷେ ୨୫ ପ୍ରତିଶତ ସାବାଳକ ୨ଟି ଯାକ ଡୋଜ୍ ଟିକା ନେଇଛନ୍ତି। ଏକ ଟ୍ବିଟ୍ କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା କହିଛନ୍ତି, ଦେଶ ମହାମାରୀକୁ ଅତି ଭଲଭାବେ ମୁକାବିଲା କରିପାରିଛି। ଦେଶରେ ଟିକାକରଣ ୯୧ କୋଟି ଟପିଯାଇଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୨୦,୭୯୯ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ୮.୯ ପ୍ରତିଶତ ସଂକ୍ରମଣ କମ୍ ରହିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୩୪,୭୦୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୮୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪,୪୮,୯୯୭ରେ ପହଞ୍ଚିଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୮୬.୪୭ ପ୍ରତିଶତ ନୂଆ ମାମଲା ରହିଛି। କେରଳରେ ଗତ ୨୪ ଘଣ୍ଟାରେ ୧୨,୨୯୭ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୨,୬୯୨, ତାମିଲନାଡ଼ୁରେ ୧,୫୩୧ ଆନ୍ଧ୍ରପ୍ରଦେଶରେ ୭୬୫ ଏବଂ ପଶ୍ଚିମବଙ୍ଗରେ ୭୦୧ ସଂକ୍ରମଣ ମାମଲା ରହିଛି। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୭୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳ ପରେ ମହାରାଷ୍ଟ୍ରରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଆରୋଗ୍ୟ ହାର ୯୭.୮୯ ପ୍ରତିଶତ। ଗତ ୨୪ ଘଣ୍ଟାରେ ୨୬,୭୧୮ ଜଣ ଆରୋଗ୍ୟ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୩୧,୨୧,୨୪୭କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୨,୬୪,୪୫୮ ରହିଛି।
୭୦ ପ୍ରତିଶତ ସାବାଳକ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି: ସ୍ବାସ୍ଥ୍ୟ ମନ୍ତ୍ରୀ
/sambad/media/post_attachments/wp-content/uploads/2021/09/coronavirus-vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)