୭୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ କଶ୍ମୀରରୁ ଆଗ୍ରା ଜେଲକୁ ସ୍ଥାନାନ୍ତରୀତ କରାଗଲା

ନୂଆଦିଲ୍ଲୀ : କାଶ୍ମୀର ବିଭିନ୍ନ ଜେଲରେ ବନ୍ଦୀ ଥିବା ପ୍ରାୟ ୭୦ ଜଣ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ ଉଚ୍ଚସୁରକ୍ଷା ସଂପନ୍ନ ଆଗ୍ରା କେନ୍ଦ୍ରୀୟ ଜେଲକୁ ସ୍ଥାନାନ୍ତର କରାଯାଇଛି । ଭାରତୀୟ ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଶ୍ରୀନଗରରୁ ଆଗ୍ରା ଅଣାଯାଇଛି । ଘାଟୀରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଏହି ଆତଙ୍କବାଦୀମାନଙ୍କୁ ଆଗ୍ରା କେନ୍ଦ୍ରୀୟ ଜେଲରେ ଥିବା ଉଚ୍ଚ ସୁରକ୍ଷା ସଂପନ୍ନ ବାରାକରେ ଅଲଗା ରଖାଯାଇଛି । ସେମାନଙ୍କୁ ଜେଲରେ ପୂର୍ବରୁ ଥିବା ଅନ୍ୟ କଏଦୀମାନଙ୍କ ସହ ମିଶିବାକୁ ସୁଯୋଗ ଦିଆଯିବ ନାହିଁ । ଏହି ୭୦ ଆତଙ୍କବାଦୀଙ୍କ ସ୍ଥାନାନ୍ତର ପୂର୍ବରୁ ଆଗ୍ରା ଜେଲର ସୁରକ୍ଷାକୁ କଡାକଡି କରାଯାଇଥିଲା । ରାଜ୍ୟ ପୁଲିସ,ସିଆରପିଏଫ ଓ ସ୍ୱର୍ଟ ଟିମ ମୃତୟନ କରାଯାଇଛି । ଗତ ୫ ତାରିଖ ଦିନ ସରକାର କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ କଶ୍ମୀର ଘାଟୀରେ ଏପର୍ଯ୍ୟନ୍ତ ଧାରା ୧୪୪ ଲାଗୁ ରହିଛି ।

ସମ୍ବନ୍ଧିତ ଖବର