ହାଇଦ୍ରାବାଦ: ୨୦ମାଙ୍କଡଙ୍କ ଦ୍ବାରା ଆକ୍ରମଣର ଶିକାର ହେବା ପରେ ଗଲା ବୃଦ୍ଧାଙ୍କ ଜୀବନ। ମାର୍ଚ୍ଚ ୩ରେ ତେଲେଙ୍ଗାନାର ଜଣେ ୭୦ବର୍ଷ ବୟସ୍କା ବୃଦ୍ଧାଙ୍କ ଉପରେ ୨୦ରୁ ଅଧିକ ମାଙ୍କଡ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଜଣକ କାମାରେଡ୍ଡୀ ଜିଲ୍ଲାରେ ଥବା ରାମାରେଡ୍ଡୀ ଗାଁର ଚତରାବୋଇନା ବୋଲି ଚିହ୍ନଟ କରାଯାଇଛି।
ବୃଦ୍ଧା ଜଣକ ତାଙ୍କ ଘରେ ବାସନକୁସନ ସଫା କରୁଥିବା ବେଳେ ତାଙ୍କୁ ମାଙ୍କଡ ଦଳ ଆକ୍ରମଣ କରିଥିଲେ। ଶନିବାର ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଚତରାବୋଇନାଙ୍କ ମୃତ୍ୟୁ ଘଟିଥିଲା। ମାଙ୍କଡ ଆକ୍ରମଣ କରିବା ପରେ ୭୦ ବର୍ଷ ବୟସ୍କା ବୃଦ୍ଧାଙ୍କର ଛାତି, ପିଠି ଏବଂ ହାତ-ଗୋଡରେ ଗଭୀର ଆଘାତ ଲାଗିଥିଲା।
ଖବର ଅନୁଯାୟୀ, ଘଟଣା ଘଟିବା ସମୟରେ ବୃଦ୍ଧା ଜଣକ ଘରେ ଏକା ଥିଲେ। ତାଙ୍କ ଝିଅ ସେହି ସମୟରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବାହାରକୁ ଯାଇଥିଲେ। ମାଙ୍କଡମାନେ ପଳାଇବା ପର୍ଯ୍ୟନ୍ତ ବୃଦ୍ଧାଙ୍କ ପଡ଼ୋଶୀମାନେ ନିଜ ଘର ଭିତରେ ନିଜକୁ ବନ୍ଦ କରିଦେଇଥିଲେ। ମାଙ୍କଡ ଆକ୍ରମଣ କରିବା ପରେ ଚତରାବୋଇନାଙ୍କୁ ବଞ୍ଚାଇବା ପରିବର୍ତ୍ତେ ପଡୋଶୀମାନେ ମାଙ୍କଡ ଭୟରେ ଘରୁ ବାହାରି ନଥିଲେ। ବୃଦ୍ଧାଙ୍କ ଝିଅ ପହଞ୍ଚିବା ବେଳକୁ ଚତରାବୋଇନାଙ୍କ ଅବସ୍ଥା ଗୁରୁତର ହୋଇସାରିଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ନିଆଯାଇଥିଲେ ବି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।