ସିଙ୍ଗାପୁର: ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଥିବା ବିବାଦ ଆଜି ଦୂର ହୋଇଛି ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାର ନୂଆ ଯୁଗ ଆରମ୍ଭ ହୋଇଛି। ୧୯୪୫ ମସିହାରେ କୋରିଆ ବିଭାଜନ ପରଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ବିଭିନ୍ନ ସମୟରେ ଉଭୟ ଦେଶ ପରସ୍ପର ବିରୋଧ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟ ପୋଷଣ କରୁଥିଲେ। ଯେଉଁ ବିବାଦ ପାଇଁକି ଆଉ ଏକ ବିଶ୍ୱ ଯୁଦ୍ଧ ହେବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା।
୧. ସୁରକ୍ଷା ପ୍ରତିଶ୍ରୁତି ପରେ ପରମାଣୁ ନିରସ୍ତ୍ରୀକରଣ ପାଇଁ କିମ୍ ରାଜି: ଉତ୍ତରକୋରିଆର ପରମାଣୁ ପାଗଳ କୁହାଯାଉଥିବା ଶାସକ କିମ୍ ଜଙ୍ଗ ଉନଙ୍କୁ ତାଙ୍କ ରାଷ୍ଟ୍ରର ସ୍ୱତନ୍ତ୍ର ସୁରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। କିମ୍ ମଧ୍ୟ ସୁରକ୍ଷା ମିଳିଲେ ତାଙ୍କ ଦେଶକୁ ସମ୍ପୂର୍ଣ୍ଣ ପରମାଣୁ ନିରସ୍ତ୍ର ରାଷ୍ଟ୍ରଭାବେ ଘୋଷଣା କରିବେ ବୋଲି କହିଛନ୍ତି।
୨. କିମ୍ ପ୍ରତିଭାଶାଳୀ, ନିଜ ରାଷ୍ଟ୍ରକୁ ପ୍ରବଳ ଭାବେ ଭଲ ପାଉଛନ୍ତି: ଟ୍ରମ୍ପ୍: ଆଜି ଐତିହାସିକ ବୈଠକ ପରେ ଉତ୍ତରକୋରିଆ ଶାସକ କିମ୍ ଜଙ୍ଗଙ୍କୁ ରାଷ୍ଟ୍ରପତି ଟ୍ରମ୍ପ୍ ପ୍ରଶଂସା କରିଛନ୍ତି। କିମ୍ଙ୍କୁ ଚତୁର, ପ୍ରତିଭାଶାଳୀ କହିବା ସହ ସେ ନିଜ ରାଷ୍ଟ୍ରକୁ ପ୍ରବଳ ଭାବେ ଭଲ ପାଉଛନ୍ତି ବୋଲି କହିଥିଲେ। ତାଙ୍କୁ ହ୍ଵାଇଟ ହାଉସକୁ ମଧ୍ୟ ସେ ଆମନ୍ତ୍ରଣ କରିବେ ବୋଲି ଟ୍ରମ୍ପ କହିଥିଲେ। ବୁଝାମଣାପତ୍ରରେ ସ୍ୱାକ୍ଷର କରିବା ସମୟରେ ଦୁଇ ନେତା କହିଥିଲେ ଯେ, ଏହି ବୈଠକ ଅତି ଚମତ୍କାର ଥିଲା ଏବଂ ଏହି ବନ୍ଧୁତା ଆଗକୁ ମଧ୍ୟ ଜାରି ରହିବ।
୪. ଇତିହାସ ଓ ଅତୀତକୁ ପଛରେ ପକାଇ ଏହି ବୈଠକ ହୋଇଛି: କିମ୍ : ଅତୀତରେ ଉତ୍ତରକୋରିଆ ଓ ଆମେରିକା ମଧ୍ୟରେ ଥିବା ସବୁ ବିବାଦର ଅବସାନ ଘଟାଇ ଦୁଇ ନେତା ଆଜି ପରସ୍ପର ସହ ଆଲୋଚନା କରିଛନ୍ତି। ଏହି ସମ୍ପର୍କ ସାରା ବିଶ୍ୱରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଟ୍ରମ୍ପଙ୍କ ପାଖରେ ମୁଁ ଋଣୀ ବୋଲି କିମ୍ କହିଥିଲେ।
ତୁଟିଲା ୭୦ ବର୍ଷର ବିବାଦ
/sambad/media/post_attachments/wp-content/uploads/2018/06/trumphoteljpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)