ନାସିକ୍ : ନିଜ ବିବାହ ଦିନକୁ କିପରି ସ୍ମରଣୀୟ କରିବେ ସେ ନେଇ ସମସ୍ତେ କିଛି ନୂଆ କରିଥାଆନ୍ତି । କିଛି ଲୋକ ଦେଶ ବାହାରକୁ ଯାଇ ବିବାହ କରୁଥିବା ବେଳେ କିଛି ଲୋକ ସମୁଦ୍ର ମଧ୍ୟରେ ବିବାହ କରୁଛନ୍ତି । କିନ୍ତୁ ଏ ସବୁଠାରୁ ଟିକେ ଭିନ୍ନ କରିଥିଲେ ନାସିକ୍ରେ ବିବାହ କରିଥିବା ନବଦମ୍ପତି । ନିଜ ବିବାହ ଦିନଟିକୁ ସମସ୍ତଙ୍କଠାରୁ ଅଲଗା କରିବା ପାଇଁ ଆସିଥିବା ଅତିଥିମାନଙ୍କ ମଧ୍ୟରେ ଅଙ୍ଗଦାନକୁ ନେଇ ସଚେତନତା ସୃଷ୍ଟି କରିଥିଲେ ।
ଏହା ସହ ଉପହାର ବଦଳରେ ସେମାନେ ଅଙ୍ଗଦାନ କରିବାର ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେମାନେ ସେମାନଙ୍କ ଅତିଥିମାନଙ୍କୁ କହିଥିଲେ । ଏହି ଅବସରରେ ପ୍ରାୟ ୬୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ବୋଲି ମଧ୍ୟ ଜଣା ପଡ଼ିଛି । ସମସ୍ତେ ନବଦମ୍ପତିଙ୍କ ଏହି କାମକୁ ପ୍ରଶଂସା କରିବା ସହ ଏହି ଖବର ଚାରି ଆଡ଼େ ଚର୍ଚାର ବିଷୟ ପାଲଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ରବିବାର ବିବାହ କରିଥିଲେ ନାସିକ୍ର ଆସିଷ୍ଟାଣ୍ଟ ପ୍ରୋଭିଡ଼େଣ୍ଟ ଫଣ୍ଡ କମିଶନର ବର୍ଷା ପାଗର ଏବଂ ଆସିଷ୍ଟାଣ୍ଟ କମିଶନର ସ୍ୱପ୍ନିଲ୍ କୋଠାଓ୍ଵାଡ଼େ । ନିଜ ବିବାହ ଦିନରେ ବ୍ୟାଣ୍ଡ ବାଜା ବାରାତ୍ ନେଇ ବିବାହ କରିବା ଅପେକ୍ଷା ସେମାନେ ପରିବେଶ ଏବଂ ସମାଜ ବିଷୟରେ ଭାବିଥିଲେ ।
ବର୍ଷାଙ୍କ କହିବା ଅନୁଯାୟୀ, “ମୁଁ ଏବଂ ମୋ ସ୍ୱାମୀ ନିଜର ଅଙ୍ଗ ଦାନ କରିବାକୁ ଇଚ୍ଛା ରଖିଛୁା କିନ୍ତୁ ଆଜିକାଲି ଲୋକମାନଙ୍କର ଭୁଲ ଧାରଣା ହେତୁ ସେମାନେ ନିଜ ନିଜର ଅଙ୍ଗ ଦାନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ଯାହା ଫଳରେ ବହୁ ଲୋକଙ୍କର ମୃତ୍ୟୁ ହେଉଛି । ଏସବୁ ଜିନିଷକୁ ଆଖି ଆଗରେ ରଖି ମୁଁ ଏବଂ ମୋ ସ୍ୱାମୀ ଏଭଳି ପଦକ୍ଷପ ନେଇଥିଲୁ । ଏବଂ ଆମର ଏହି ପଦକ୍ଷପ କିଛି ଅଂଶରେ ସଫଳ ମଧ୍ୟ ହୋଇଛି । ପ୍ରାୟ ୬୨ୟୁନିଟ୍ ରକ୍ତ ଆମ ବିବାହ ଭୋଜିରୁ ସଂଗ୍ରହ ହୋଇଛି।”