ମୁମ୍ବାଇ ବର୍ଷା: ଅତି ପ୍ରବଳ ବର୍ଷା ଯୋଗୁଁ ଅଟକି ରହିଥିବା ମହାଲକ୍ଷ୍ମୀ ଏକ୍ସ୍ପ୍ରେସ୍ରେ ୭ ଘଣ୍ଟା ହେବ ଫସି ରହିଛନ୍ତି ୭୦୦ ଯାତ୍ରୀ
ମୁମ୍ବାଇ: ଶନିବାର ପ୍ରତ୍ୟୁଷରୁ ୭୦୦ ଯାତ୍ରୀ ଥିବା ମୁମ୍ବାଇ-କୋହ୍ଲାପୁର ମହାଲକ୍ଷ୍ମୀ ଏକ୍ସ୍ପ୍ରେସ୍ ଅତି ପ୍ରବଳ ବର୍ଷା ଯୋଗୁଁ ଅଟକି ରହିଛି ବୋଲି କେନ୍ଦ୍ରୀୟ ରେଳବାଇ ଡିଆର୍ଏମ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁମ୍ବାଇ ଠାରୁ ୧୦୦ କିଲୋମିଟର ଦୂର ମହାରଷ୍ଟ୍ରର ବାଦଲପୁର ଏବଂ ବନଗାନି ମଧ୍ୟରେ ରାତି ୩ଟାରୁ ଟ୍ରେନ୍ଟି ଅଟକି ରହିଛି ବୋଲି ସେଥିରେ ଥିବା ଜଣେ ଯାତ୍ରୀ କହିଛନ୍ତି।
କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ସୁନୀଲ ଉଦାସି କହିଛନ୍ତି ଯେ ରେଳବାଇ ସୁରକ୍ଷା ବଳ ଏବଂ ସିଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକି ରହିଥିବା ଯାତ୍ରୀମାନଙ୍କ ମଧ୍ୟରେ ବିସ୍କୁଟ୍ ଓ ପାଣି ବଣ୍ଟନ କରିଛନ୍ତି।
ପ୍ରାୟ ୨୦୦୦ ଯାତ୍ରୀ ଅଟକି ରହିଛନ୍ତି ବୋଲି ପୂର୍ବରୁ ଗଣମାଧ୍ୟ ରିପୋର୍ଟରେ କୁହାଯାଇଥିଲା।
#WATCH Maharashtra: Mahalaxmi Express held up between Badlapur and Wangani with around 2000 passengers. Railway Protection Force & City police have reached the site where the train is held up. NDRF team to reach the spot soon. pic.twitter.com/0fkTUm6ps9
— ANI (@ANI) 27. heinäkuuta 2019
ଜଣେ ଯାତ୍ରୀଙ୍କ ଠାରୁ ମଳିଥିବା ଭିଡିଓରେ ଦେଖାଯାଉଛି ଟ୍ରେନ୍ଟି କୂଳଲଙ୍ଘିଥିବା ନଈ ନିକଟରେ ଅଟକି ରହିଛି, ଯେଉଁଠି ରେଳ ଧାରଣାକୁ ବୁଡ଼ାଇ ପାଣି ଟ୍ରେନ୍ ଚଟାଣ ଯାଏଁ ପହଞ୍ଚିଛି।
ସଦ୍ୟତମ ଖବର ଅନୁସାରେ, ଯାତ୍ରୀମାନଙ୍କୁ ଉଦ୍ଧାର ପାଇଁ କେତେଗୁଡ଼ିଏ ଡଙ୍ଗା ଯୋଗେ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି।