ନେପିଦା: ମସଜିଦରେ ତାଣ୍ଡବ ରଚିଲା ମୃତ୍ୟୁ । ପ୍ରାର୍ଥନା କରୁ କରୁ ମାଡି ଆସିଲା ମୃତ୍ୟୁ । ଅଶୁଭ ପାଲଟିଗଲା ଶୁଭ ଶୁକ୍ରବାର । ଚାହୁଁ ଚାହୁଁ ଶବ ପାଲଟିଗଲେ ୭୦୦ ଶ୍ରଦ୍ଧାଳୁ । ପବିତ୍ର ରମଜାନ ମାସ ପାଇଁ ଶୁକ୍ରବାର ମ୍ୟାମାର ବିଭିନ୍ନ ମସଜିଦରେ ଭିଡ ଲାଗିଥିଲା  । ସମସ୍ତେ ପ୍ରାର୍ଥନା କରୁଥିଲେ । ହେଲେ କିଏ ଜାଣିଥିଲା ମୃତ୍ୟୁ ଏମିତି ବି ଆସିବ ବୋଲି । ପ୍ରାର୍ଥନା କରୁ କରୁ ପ୍ରାଣ ଚାଲିଯିବ ବୋଲି...

Advertisment

ମ୍ୟାମାରର ଏକ ମୁସଲମାନ ସଙ୍ଗଠନର ସୂଚନା ନୁସାରେ ଶୁକ୍ରବାର ହୋଇଥିବା ପ୍ରକୃତିର ତାଣ୍ଡବରେ ପ୍ରାୟ ୬୦ରୁ ଅଧିକ ମସଜିଦ୍ ଭାଙ୍ଗିଯାଇଛି । ୭.୭ ତୀବ୍ରତାର ବିଶାଳ ଭୂକମ୍ପରେ ମସଜିଦରେ ପ୍ରାର୍ଥନା କରୁଥିବା ୭୦୦ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । 

ସେପଟେ ମ୍ୟାମାରରେ ଜାରି ରହିଛି ମୃତ୍ୟୁର ତାଣ୍ଡବ । ଆଜି ବି ବାହାରୁଛି ଭଗ୍ନାବଶେଷ ତଳୁ ମୃତଦହ । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୭୦୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୪୦୦ ଜଣ ଆହତ ଅଛନ୍ତି । ଏବଂ ୩୦୦ର ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି । ଯେଉଁମାନଙ୍କୁ ଖୋଜା ଚାଲିଛି ।