ପ୍ରବାସୀ ଶ୍ରମଜୀବୀଙ୍କୁ ଭଡ଼ା ଦିଆଯିବା ନିମନ୍ତେ ସରକାରଙ୍କ ପ୍ରଦତ୍ତ ପାଣ୍ଠିରେ ୭୦ ହଜାର ଘର ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମଜୀବୀଙ୍କୁ ଭଡ଼ା ଦିଆଯିବା ନିମନ୍ତେ ‘ଆଫୋର୍ଡାବଲ୍‌ ରେଣ୍ଟାଲ୍ ହାଉସିଙ୍ଗ୍ କମ୍ପ୍ଲେକ୍ସ୍’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର, ଦିଲ୍ଲୀ ଓ ତେଲେଙ୍ଗାନାରେ ସରକାରଙ୍କ ପ୍ରଦତ୍ତ ପାଣ୍ଠିରେ ୭୦ ହଜାର ଘର ପ୍ରସ୍ତୁତ କରାଯାଇଛି।

ପ୍ରବାସୀ ଶ୍ରମଜୀବୀମାନଙ୍କ କାର୍ଯ୍ୟସ୍ଥଳୀ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଥିବା ଏହି ଭଡ଼ାଗୃହ ଓ ଡର୍ମିଟରି ସବୁ ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ (ନଗରାଞ୍ଚଳ) ଅନ୍ତର୍ଭୁକ୍ତ କରାଯିବ। ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ ଦେଇଛି।

Image Courtesy of The Times of India

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ୧୦୭ଟି ସହର ଓ ନଗରରେ ସମ୍ପୂର୍ଣ୍ଣ ହୋଇଥିବା ୧.୦୮ ଲକ୍ଷ ଗୃହ ଅବ୍ୟବହୃତ ହୋଇ ପଡ଼ିଛି। ୨୫ ବର୍ଷ ହେବ ‘ଅର୍ବାନ୍ ଲୋକାଲ୍ ବଡି’ ପୂର୍ଣ୍ଣାଙ୍ଗ ହୋଇଥିବା ଏହି ଆବାସିକ ପରିସରଗୁଡ଼ିକୁ ଭଡ଼ା ଦେବା, ପରିଚାଳନା କରିବା ଆଦି ଦାୟିତ୍ବ ବହନ କରିଆସୁଛି। ଶ୍ରମିକମାନଙ୍କ କ୍ଷେତ୍ରରେ ବି ‘ଅର୍ବାନ୍ ଲୋକାଲ୍ ବଡ଼ି’ ଭଡ଼ା ଧାର୍ଯ୍ୟ କରିବ। ‘ଅର୍ବାନ୍ ଲୋକାଲ୍ ବଡ଼ି’ କିଭଳି ଭାବେ ଭଡ଼ା ନେବାକୁ ସ୍ଥିର କରିବ ତା’ର ସବିସ୍ତୃତ ବିବରଣୀ ଥିବା ମଡେଲ୍ ଡକ୍ୟୁମେଣ୍ଟ୍ ନଗରରାଞ୍ଚଳ ମନ୍ତ୍ରାଳୟ ସମ୍ପୃକ୍ତ ରାଜ୍ୟ ସରକାର ପାଖକୁ ପଠାଇବ।

ଆହୁରି ମଧ୍ୟ ଜାଭଡ଼େକର କହିଛନ୍ତି, ଖୁବ୍ ଶୀଘ୍ର ଗୋଟିଏ ଶୋଇବା ଘର ଥିବା ୧. ୧୫ ଲକ୍ଷ ଘର ପ୍ରସ୍ତୁତ କରାଯିବ। ଗୋଟିଏ କୋଠରିରେ ଛଅ ଜଣ ରହିବା ଭଳି ଡର୍ମିଟରି ମଧ୍ୟ ପ୍ରସ୍ତୁତ ହେବ। ଆମେ ଜାଣୁ ଗୋଟିଏ କୋଠରିରେ କେମିତି ୮ ରୁ ୧୦ ଜଣ ଶ୍ରମିକ ବସବାସ କରୁଛନ୍ତି। ଏହାଦ୍ବାରା ୧. ୩୫ ଲୋକଙ୍କୁ ଘର ମିଳିଯିବ। ସମୁଦାୟ ଆମେ ପ୍ରାୟ ୩. ୫ ଲକ୍ଷ ଲୋକଙ୍କ ପାଇଁ ରହିବା ସୁବିଧା କରିବୁ।

ସମ୍ବନ୍ଧିତ ଖବର