୭୭ ଦେଶରେ ୭,୦୦୦ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ନିକଟରେ ଭାରତ ସହ ସୁସମ୍ପର୍କ ପାଇଁ ଏବଂ ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଲାହୋର ଜେଲ୍‌ରେ ବନ୍ଦୀ ଥିବା ୨୬ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକୁଳାଇଥିଲା। ତେବେ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଯେତେ ସଂଖ୍ୟାରେ ଭାରତୀୟ ବନ୍ଦୀ ଅଛନ୍ତି ସେଥିମଧ୍ୟରୁ ପାକିସ୍ତାନରେ ବନ୍ଦିଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ମାତ୍ର ୬ ପ୍ରତିଶତ। ପାକିସ୍ତାନ ପରେ ୟୁଏଇରେ ମଧ୍ୟ ଅଧିକ ସଂଖ୍ୟାରେ ଭାରତୀୟ ବନ୍ଦୀ ଅଛନ୍ତି। ୟୁଏଇରେ ୧୬୯୦ ଭାରତୀୟ ବନ୍ଦୀ ଥିବାବେଳେ, ସାଉଦି ଆରବ୍‌ରେ ୧୫୭୫, ଆମେରିକାରେ ୬୪୭, ନେପାଳରେ ୫୪୮, କୁଏତ୍‌ରେ ୪୮୪, ପାକିସ୍ତାନରେ ୪୭୧, ବ୍ରିଟେନ୍‌ରେ ୩୭୮, ମାଲେସିୟାରେ ୨୯୮, ଚୀନ୍‌ରେ ୨୨୬ ଏବଂ ଇଟାଲିରେ ୨୨୫ ଜଣ ଭାରତୀୟ ନାଗରିକ ବନ୍ଦୀ ଅଛନ୍ତି। ଜଣାଯାଇଛି ଯେ ୭୭ଟି ଦେଶରେ ପାଖାପାଖି ୭୭୩୭ ଭାରତୀୟ ବନ୍ଦୀ ଅଛନ୍ତି। ୨୦୧୭ରେ ଏହି ସଂଖ୍ୟା ୬,୦୪୮ ଥିଲା ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର