ଗତ ୨୪ ଘଣ୍ଟାରେ ଦେଶରେ ୭୦୫ ଜଣ ସୁସ୍ଥ ହୋଇଛନ୍ତି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କେନ୍ଦ୍ରୀୟ ଟିମକୁ ସହଯୋଗ କରୁନି ପଶ୍ଚିମବଙ୍ଗ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ଦେଶର ମୋଟ ସଂକ୍ରମିତ ସଂଖ୍ୟା ୧୮୬୦୧ରେ ପହଞ୍ଚିଛି । ଏହା ମଧ୍ୟରୁ ପ୍ରାୟ ୩୨୫୨ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହା ଫଳରେ ଦେଶର ଆରୋଗ୍ୟ ହାର ୧୭ ପ୍ରତିଶତ ଟପିଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗକୁ ଯାଇଥିବା ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହି ଟିମଗୁଡ଼ିକୁ ରାଜ୍ୟସରକାରମାନେ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି । ହେଲେ ପଶ୍ଚିମବଙ୍ଗରେ ଏହି ଟିମକୁ ରାଜ୍ୟସରକାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଭେଟିବାକୁ ଦେଉନାହାନ୍ତି ଏବଂ ଆବଶ୍ୟକ ସହଯୋଗ କରୁନାହାନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ।

ସେ କହିଛନ୍ତି ଯେ ଏହା ବିପର୍ଯ୍ୟୟ ପରିଚାଳନା ନିୟମର ଉଲ୍ଲ^ନ ଅଟେ । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରାଳୟ ପକ୍ଷରୁ ଆଜି ପଶ୍ଚିମ ବଙ୍ଗ ସରକାରଙ୍କୁ ପତ୍ର ଲେଖି କେନ୍ଦ୍ର ସରକାରଙ୍କ ଏପ୍ରିଲ ୧୯ ନିର୍ଦ୍ଦେଶର ଅନୁପାଳନ କରିବାକୁ ଓ କେନ୍ଦ୍ରୀୟଟିମକୁ ଆବଶ୍ୟକ ସହଯୋଗ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର