ନୂଆଦିଲ୍ଲୀ : କେରଳ ଲଭ୍ ଜିହାଦ ମାମଲାର ତଦନ୍ତ କରୁଥିବା ଏନ୍ଆଇଏ (ଜାତୀୟ ତଦନ୍ତକାରୀ ଦଳ)ର ଅଧିକାରକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟାଙ୍କୁ ବଳପୂର୍ବକ ହିନ୍ଦୁରୁ ଇସଲାମ୍ ଧର୍ମକୁ ପରିବର୍ତ୍ତନ କରାଯାଇଥିବା ମାମଲାର ତଦନ୍ତ ଏନ୍ଆଇଏ କରିପାରିବ, କିନ୍ତୁ ହାଦିୟା ଏବଂ ସାଫିନ୍ଙ୍କ ବୈବାହିକ ବୈଧତା ନେଇ ଏନ୍ଆଇଏ କୌଣସି ତଦନ୍ତ କରିପାରିବ ନାହିଁ କି ଏନେଇ ହାଦିୟାଙ୍କୁ କୌଣସି ପ୍ରକାର ପ୍ରଶ୍ନ କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ ଅପରାଧିକ ତଥା ଷଡ଼ଯନ୍ତ୍ର ମାମଲାର ତଦନ୍ତଠାରୁ ବିବାହକୁ ସମ୍ପୂର୍ଣ୍ଣ ଅଲଗା ରଖିବା ଉଚିତ୍ ଏବଂ ହାଦିୟାଙ୍କର ମଧ୍ୟ ନିଜ ପସନ୍ଦ ମୁତାବକ ଜୀବନସାଥୀ ବାଛିବାର ଉପଯୁକ୍ତ ବୟସ ହୋଇସାରିଛି ବୋଲି କୋର୍ଟ କହିଛନ୍ତି । ବିବାହ ପ୍ରସଙ୍ଗରେ ହାଦିୟାଙ୍କୁ ଏନ୍ଆଇଏ କୌଣସି ପ୍ରଶ୍ନ ପଚାରି ପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଗଠିତ ୩ ଜଣିଆ ଖଣ୍ଡପୀଠ ହାଦିୟାଙ୍କ ସ୍ୱାମୀ ସାଫିନ୍ ଜାହାନ୍ଙ୍କ ଦ୍ୱାରା ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଏବଂ ସାଫିନ୍ ଜାହାନ୍ଙ୍କ ବିବାହକୁ କେରଳ ହାଇକୋର୍ଟ ରଦ୍ଦ କରିବା ବିରୋଧରେ ସୁପ୍ରିମକୋର୍ଟ୍ରେ ହାଦିୟାଙ୍କ ସ୍ୱାମୀ ଏନେଇ ଆବେଦନ କରିଥିଲେ ଏବଂ ଆଜି ସେହି ଆବେଦନର ଶୁଣାଣି ଥିଲା। କୋର୍ଟ କହିଛନ୍ତି ହାଦିୟା ଜଣେ ସାବାଳିକା, ସେ କୋର୍ଟରେ ହାଜର ହୋଇ ବିବାହିତା ବୋଲି ନିଜେ କହିଛନ୍ତି ତେଣୁ ଏହି ପ୍ରସଙ୍ଗରେ କୋର୍ଟ ଅଧିକ କିଛି କରିପାରିବେ ନାହିଁ। ଜଣେ ବ୍ୟକ୍ତିଙ୍କ ବୈବାହିକ ବୈଧତା ସମ୍ପର୍କରେ କୋର୍ଟ ଆଦୌ ହସ୍ତକ୍ଷେପ କରିବେ ନାହିଁ ବୋଲି କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୨୨ ତାରିଖରେ ହେବ।
୨୪ ବର୍ଷୀୟା ଅଖିଳା ଅଶୋକାନ୍ ଓରଫ ହାଦିୟା ଧର୍ମ ପରିବର୍ତ୍ତନ କରି ସାଫିନ୍ ଜାହାନ୍ଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବାପା ଏହି ବିବାହକୁ ଗ୍ରହଣ ନକରି କେରଳ ହାଇକୋର୍ଟର ଦ୍ୱାରସ୍ଥ କୋର୍ଟ ଏହି ବିବାହକୁ ରଦ୍ଦ କରିବା ସହ ହାଦିୟାଙ୍କୁ ତାଙ୍କ ବାପାଙ୍କ ଜିମା ଦେଇଥିଲେ। କିନ୍ତୁ ଗତବର୍ଷ ନଭେମ୍ବର ୨୭ ତାରିଖରେ ସୁପ୍ରିମ କୋର୍ଟ ହାଦିୟାଙ୍କୁ ତାଙ୍କ ବାପାଙ୍କ କବଳରୁ ମୁକ୍ତ କରି ତାଙ୍କ ପଢ଼ା ସମାପ୍ତ କରିବାପାଇଁ ସୁଯୋଗ ଦେଇଥିଲେ।
କେରଳ ଲଭ୍ ଜିହାଦ ମାମଲାରେ ସୁପ୍ରିମ୍ କୋର୍ଟ ରାୟ
ହାଦିୟାଙ୍କ ବିବାହ ବୈଧତା ନେଇ ତଦନ୍ତ କରିପାରିବନି ଏନ୍ଆଇଏ
/sambad/media/post_attachments/wp-content/uploads/2018/01/3-love-jihad-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)