୭୧୫ ଦିନ ପରେ କରୋନା ସଂକ୍ରମଣ ୧ ହଜାର ତଳେ

ନୂଆଦିଲ୍ଲୀ : ଦେଶରେ ଆଜି ୯୧୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୭୧୫ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୧ ହଜାର ତଳେ ରହିଛି। ଶେଷ ଥର ପାଇଁ ୨୦୨୦, ଏପ୍ରିଲ ୧୮ରେ ଦେଶରେ ଦୈନିକ ସଂକ୍ରମଣ ୯୯୧ ଥିଲା। ଦେଶରେ ସକ୍ରିୟ ମାମଲା ଏବେ ୧୨,୫୯୭। ୭୧୪ ଦିନ ପରେ ଦେଶରେ ସକ୍ରିୟ ମାମଲା ୧୩ ହଜାର ତଳେ ରହିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ। ଦୈନିକ କରୋନା ମୃତ୍ୟୁ ଆଜି ୧୦ ତଳେ ରହିଛି। ଦେଶରେ ଆରୋଗ୍ୟ ହାର ଏବେ ୯୮.୭୬ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧୩୧୬ ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୨୪,୯୫,୦୮୯। ଦେଶରେ ସାପ୍ତାହିକ ଏବଂ ଦୈନିକ ପଜିଟିଭ୍‌ ହାର ମଧ୍ୟ କମୁଛି। ଦେଶରେ ‌ସାପ୍ତାହିକ ପଜିଟିଭ୍‌ ହାର ୦.୨୨ ପ୍ରତିଶତ ଥିବାବେଳେ ଦୈନିକ ପଜିଟିଭ୍‌ ହାର ୦.୨୯ ପ୍ରତିଶତ ରହିଛି। ଦେଶରେ ଟିକାକରଣ ୧୮୪.୭୦ କୋଟି ଟପିଯାଇଛି।

ସମ୍ବନ୍ଧିତ ଖବର