ଟିକାକରଣ କେନ୍ଦ୍ରରେ ବଡ଼ ଅବହେଳା,୭୨ବର୍ଷର ବୃଦ୍ଧଙ୍କୁ ଦିଆଗଲା ଦୁଇଟି ଅଲଗାଅଲଗା ଟିକା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଟିକାକରଣ ସମୟରେ ଜଣେ ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଛି । ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କୁ ଦୁଇଟି ଅଲଗାଅଲଗା ଟିକା ଦିଅଯାଇଛି।

ମହାରାଷ୍ଟ୍ରର ଜଲନା ଜିଲ୍ଲାର ଗୋଟିଏ ଗାଁର ଦତ୍ତାତ୍ରେୟ ୱାଗମେରଙ୍କ ସହିତ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ପ୍ରଥମ ଟିକାରେ ତାଙ୍କୁ କୋଭାକ୍ସିନ ଦିଆଯାଇଥିବା ବେଳେ ଦ୍ବିତୀୟ ଟିକାରେ ତାଙ୍କୁ କୋଭିସିଲ୍ଡି ଦିଆଯାଇଥିଲା। ଦୁଇଟି ଟିକା ଦତ୍ତାେତ୍ରେୟ ୱାଗମେରଙ୍କୁ ଗ୍ରାମର ଭିନ୍ନଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଇଛି।

ଦତ୍ତାତ୍ରେୟ ୱାଗମେରଙ୍କ କହିବାନୁସାରେ, ମାର୍ଚ୍ଚ ୨୨ରେ ମୁମ୍ବାଇ ଠାରୁ ୪୨୦ କିଲୋମିଟର ଦୂରରେ ଥିବା ଜଲନାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଭରତ ବାୟୋଟେକ୍ କୋଭାକ୍ସିନ୍‌ ଟିକା ନେଇଥିଲେ । ତେବେ ଏପ୍ରିଲ ୩୦ରେ ତାଙ୍କର ୨ୟ ଡୋଜର ନେବାର ଅବଧି ହୋଇଥିଲା । ଆଉ ସେ ଟିକା ନେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ବି ଆସିଥିଲେ । ଏଠାରେ ତାଙ୍କୁ ୨ୟ ଡୋଜରେ କୋଭିସିଲଡ ଦିଆଯାଇଥିଲା।

ଦତ୍ତାତ୍ରେୟ ୱାଗମେରଙ୍କ ପୁଅ ଦିଗମ୍ବର ଏହି ଘଟଣାକୁ ନେଇ କହିଛନ୍ତି ଯେ, ଦୁଇଟି ଭିନ୍ନଭିନ୍ନ ଟିକା ଦେବା ପରେ ବୃଦ୍ଧଙ୍କୁ ସାମାନ୍ୟ ଜ୍ୱର, ଶରୀରରେ ଯନ୍ତ୍ରଣା ହୋଇଥିଲା। ପରୀକ୍ଷା ପାଇଁ ତାଙ୍କୁ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ କିଛି ଔଷଧ ଦିଆଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯଦି ଟିକାକରଣ ପ୍ରମାଣପତ୍ର ଦେଖି ନଥାଆନ୍ତେ ତେବେ ସେ ଏହି ଅସୁବିଧା ବିଷୟରେ ଜାଣି ପାରି ନଥାଆନ୍ତେ। ଟିକାକରଣ ପ୍ରମାଣପତ୍ର ଦେଖିବା ପରେ ଜାଣିବାକୁ ପାଇଥିଲେ ଯେ ବାପାଙ୍କୁ ଦୁଇଟି ଅଲଗା ଅଲଗା ଟିକା ଦିଆଯାଇଛି ।

 

ସମ୍ବନ୍ଧିତ ଖବର