ଲାହୋର: ଦେଶ ବିଭାଜନ ହେବାର ୭୨ ବର୍ଷ ପରେ ଶୁକ୍ରବାର ଦିନ ପାକିସ୍ତାନ ଭାରତୀୟଙ୍କ ସମେତ ସମସ୍ତ ଶିଖ୍‌ ଭକ୍ତମାନଙ୍କ ନିମନ୍ତେ ପଞ୍ଜାବ ପ୍ରଦେଶରେ ଥିବା ଐତିହାସିକ ଗୁରୁଦ୍ୱାର ଚୌଓ୍ଵା ସାହିବ୍‌ର ଦ୍ୱାର ଉନ୍ମୁକ୍ତ କରିଛି। ନଭେମ୍ବର ମାସରେ ପଡୁଥିବା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକ ଉପଲକ୍ଷେ ପାକିସ୍ତାନ ଏଭଳି ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି।

Advertisment

ସେ ଅଞ୍ଚଳରୁ ଶିଖ୍‌ ସମ୍ପ୍ରଦାୟ ଚାଲି ଆସିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ଝେଲମ୍‌ ଜିଲ୍ଲା ଅନ୍ତର୍ଗତ ସେ ଗୁରୁଦ୍ୱାରଟି ୧୯୪୭ ମସିହା ଠାରୁ ବନ୍ଦ ତଥା ଅବହେଳିତ ଅବସ୍ଥାରେ ପଡ଼ିଥିଲା।

କେତେଜଣ ବରିଷ୍ଠ ସରକାରୀ ଅଧିକାରୀ ଏବଂ ଶିଖ୍‌ ସମ୍ପ୍ରଦାୟ ସଦସ୍ୟଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଗୁରୁଦ୍ୱାର ଚୌଓ୍ଵା ସାହିବକୁ ପୁଣି ଥରେ ଖୋଲାଯାଇଛି।

publive-image Image Source: IndiaTV

ଶିଖ୍‌ ସମ୍ପ୍ରଦାୟର ସଦସ୍ୟମାନଙ୍କ ପ୍ରାର୍ଥନା ଏବଂ କୀର୍ତ୍ତନ ପ୍ରଦର୍ଶନ ମଧ୍ୟରେ ଉତ୍ସବ ଆରମ୍ଭ ହୋଇଥିଲା।

ଏବେ ସେ ଗୁରୁଦ୍ୱାରଟିର ସଂରକ୍ଷଣ କାର୍ଯ୍ୟ ଚାଲିଛି।

ମହାରାଜା ରଣଜିତ ସିଂହଙ୍କ ପ୍ରଦତ୍ତ ସହାୟତାରେ ଗୁରୁଦ୍ୱାରଟି ୧୮୩୪ ମସିହାରେ ପୂର୍ଣ୍ଣାଙ୍ଗ ହୋଇଥିଲା। ବିଶ୍ୱାସ କରାଯାଏ ନିକଟବର୍ତ୍ତୀ ତିଲ୍ଲା ଜୋଗିଆନ୍‌ ମନ୍ଦିରୁ ଫେରିବା ବାଟରେ ଗୁରୁ ନାନକ ଏହି ସ୍ଥାନରେ ରହିଥିଲେ। ସେ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ଉପୁଜି ଥିଲା।

ଗୁରୁ ନାନକ ତାଙ୍କ ବାଡ଼ିରେ ମାଟିକୁ ଆଘାତ କରି ଗୋଟାଏ ପଥର ହଟାଇ ଦେବାରୁ ସେହି ସ୍ଥାନରୁ ଏକ ପ୍ରାକୃତିକ ଜଳ ସ୍ରୋତ ବା ଚୌଆ ବାହାରିଥିଲା।