ଭାଲେଣ୍ଟାଇନ୍ ଡେ’ରେ ନିଲାମ ହେବ ୭୨ ବର୍ଷ ପୂର୍ବେ ମହାକାଶରୁ ଖସିଥିବା ଉଲକାପିଣ୍ଡ!

ଲଣ୍ଡନ : ନିଲାମ ହେବ ମହାକାଶରୁ ଖସିଥିବା ଉଲକାପିଣ୍ଡ। ୭୨ ବର୍ଷ ପୂର୍ବେ ମହାକାଶରୁ ଖସିଥିବା ଉଲକା ପିଣ୍ଡକୁ ଭାଲେଣ୍ଟାଇନ୍ ଡେ’ ରେ ନିଲାମ କରାଯାଇପାରେ । ଏହି ଉଲକାପିଣ୍ଡ ହୃଦୟ ଆକାରର ଅଛି । ବ୍ରିଟିଶ୍ ନିଲାମ ଘର ଏହି ବିଶେଷ ଦିନରେ ହାର୍ଟ ଆକାରର ଏହି ଉଲକାପିଣ୍ଡର ଅନଲାଇନ୍ ନିଲାମ କରିବାକୁ ଯାଉଛି । କୁହାଯାଉଛି କି, ଏହାର ମୂଲ୍ୟ ଏହାର ଓଜନ ଆଧାରରେ ନିର୍ଦ୍ଧାରିତ କରାଯିବ ।

ସୂଚନାଯୋଗ୍ୟ, ଭାଲେଣ୍ଟାଇନ୍ ଡେ’ ର ଗୋଟିଏ ଦିନ ପୂର୍ବରୁ ୧୨ ଫେବୃୟାରୀ, ୧୯୪୭ରେ ଏହି ଉଲକାପିଣ୍ଡ ସାଇବେରିଆରେ ପଡିଥିଲା । ଏହାକୁ ହାର୍ଟ ଅଫ୍ ସ୍ପେଶର ନାଁ ଦିଆଯାଇଛି । ଏହି ଉଲକାପିଣ୍ଡର ନିଲାମ ୬ ଫେବୃୟାରୀରେ ଆରମ୍ଭ ହୋଇ ୧୪ ଫେବୃୟାରୀରେ ଶେଷ ହେବ। ନିଲାମ ଘରକୁ ହୃଦୟ ଆକାରର ଏହି ଉଲକାପିଣ୍ଡକୁ ୩ରୁ ୫ ଲକ୍ଷ ଡଲାରରେ ବିକ୍ରିର ଅନୁମାନ ଲଗାଯାଉଛି ।

କେମିତି ନିର୍ଦ୍ଧାରିତ ହେବ ଉଲକାପିଣ୍ଡର ମୂଲ୍ୟ ?
• ଉଲକାପିଣ୍ଡର ମୂଲ୍ୟ ତାହାର ଓଜନରୁ ନିର୍ଦ୍ଧାରିତ ହୋଇଥାଏ ।
• ନିଲାମ ପାଇଁ ୪ଟି ଜିନିଷକୁ ବିଶେଷ ଭାବେ ଧ୍ୟାନ ଦିଆଯିବ, ଯେମିତିି- ଆକାର, ରଙ୍ଗ, ଓଜନ ଓ ଉଲକାପିଣ୍ଡ ସହିତ ଜଡିତ କାହାଣୀ
• ଯଦି ଉଲକାପିଣ୍ଡ କୌଣସି ବିଶେଷ ଗ୍ରହ କିମ୍ବା ଧୁମକେତୁର ଅଂଶ, ତେବେ ତାହାର ମୂଲ୍ୟ ବହୁତ ବଢ଼ିଯିବ ।

ସମ୍ବନ୍ଧିତ ଖବର