ଦୈନିକ ସଂକ୍ରମଣର ୭୩.୭୬% ୫ ରାଜ୍ୟରେ, କେବଳ କେରଳରୁ ୩୩.୯୬%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌ ସଂକ୍ରମଣ କମୁଛି। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଆସାମରେ ଦୈନିକ ସଂକ୍ରମଣ ବୃଦ୍ଧି ଜାରି ରହିଛି। ଏହି ୫ଟି ରାଜ୍ୟରେ ମୋଟ୍‌ ‌ଦୈନିକ ନୂଆ ମାମଲାର ୭୩.୭୬ ପ୍ରତିଶତ ଚିହ୍ନଟ ହୋଇଛି। କେବଳ କେରଳରୁ ୩୩.୯୪ ପ୍ରତିଶତ ମାମଲା ରହିଛି। ମହାରାଷ୍ଟ୍ର ଏବଂ କେରଳରେ ସର୍ବାଧିକ କରୋନା ମୃତ୍ୟୁ ମଧ୍ୟ ହେଉଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା‌ରେ ଦେଶରେ ୪୧,୫୦୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୫୪,୧୧୮ ରହିଛି। ଅନ୍ୟପକ୍ଷେ ଆରୋଗ୍ୟ ସଂଖ୍ୟା ୨,୯୯,୭୫,୦୬୪।

ସକ୍ରିୟ ମାମଲା ଦେଶର ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୧.୪୮ ପ୍ରତିଶତ। ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୧୪,୦୮୭ ମାମଲା ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୮,୨୯୬, ଆନ୍ଧ୍ରପ୍ରଦେଶରୁ ୨,୯୨୫, ତାମିଲନାଡ଼ୁରୁ ୨,୯୧୩ ଏବଂ ଆସାମରୁ ୨,୩୯୧ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ସର୍ବାଧିକ ୪୯୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୭.୨ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭ୍‌ ହାର ଏବେ ୨.୧୯ ପ୍ରତିଶତ ଥିବାବେଳେ ଦୈନିକ ପଜିଟିଭ୍‌ ହାର ୨.୩୪ ପ୍ରତିଶତ ରହିଛି। ଲଗାତାର ୩୪ ଦିନ ଧରି ଦୈନିକ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରହୁଛି। ଦେଶରେ ମୋଟ୍‌ ୩୭,୬୦,୩୨,୫୮୬ କୋଭିଡ୍‌ ଟିକା ଡୋଜ୍‌ ଦିଆଯାଇଛି। ଗତକାଲି ଗୋଟିଏ ଦିନରେ ୩୭,୨୩,୩୬୭ ଡୋଜ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର