ସିରିୟାରେ ବୋଟ୍‌ ବୁଡ଼ି ୭୩ ମୃତ

ବେରୁଟ : ଲେବାନନରୁ ପ୍ରବାସୀମାନଙ୍କୁ ନେଇ ଯାତ୍ରା କରୁଥିବା ଏକ ବୋଟ୍‌ ଗୁରୁବାର ଅପରାହ୍ଣରେ ସିରିୟା ଉପକୂଳରେ ବୁଡ଼ି ଯାଇଛି। ଏଥିରେ ୭୩ ଜଣଙ୍କର ମୃତ୍ୟୁ ହୋଇଛି। ସିରିୟା ସ୍ବାସ୍ଥ୍ୟମନ୍ତ୍ରୀ ହସନ ଅଲ-ଗବାଶଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମିଳିଥିବା ଶବ ସଂଖ୍ୟା ୭୩ରେ ପହଞ୍ଚିଛି। ୨୦ ଜଣଙ୍କୁ ସିରିୟାର ଟର୍ଟସ ସହରର ଏକ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ବୋଟ୍‌ରେ ୧୨୦ରୁ ୧୫୦ ଯାତ୍ରୀ ଯାତ୍ରା କରୁଥିବା ଅନୁମାନ କରାଯାଉଛି। ସେମାନେ ସିରିୟା, ଲେବାନନ ଏବଂ ପାଲେଷ୍ଟାଇନର ନାଗରିକ। ତେବେ ବୋଟ୍‌ ବୁଡ଼ିର କାରଣ ସ୍ପଷ୍ଟ ହୋଇନାହିଁ। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର