ଓଡ଼ିଶା ସମେତ ୯ଟି ରାଜ୍ୟରେ ଦେଶର ୭୪% ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ଦିନକୁ ଦିନ ଅଧିକ ଗୁରୁତର ହେଉଛି । ମୋଟ ଆକ୍ରାନ୍ତ ସଂଖ୍ୟା ୪୫ ଲକ୍ଷ ଟପି ଭାରତ ଏବେ ବିଶ୍ବର ୨ୟ ସର୍ବାଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି । ତେବେ ଦେଶର ମୋଟ ସକ୍ରିୟ ମାମଲାର ୭୪ ପ୍ରତିଶତ ୯ଟି ରାଜ୍ୟରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୯ଟି ରାଜ୍ୟ ହେଲେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ,ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓଡ଼ିଶା, ଆସାମ ଓ ଛତିଶଗଡ଼ । ପ୍ରଥମ ୩ଟି ରାଜ୍ୟ- ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକରେ ମୋଟ ସକ୍ରିୟ ମାମଲାର ପ୍ରାୟ ଅଧା (୪୮.୮ ପ୍ରତିଶତ) ଅଛନ୍ତି । ଅବଶିଷ୍ଟ ୬ଟି ରାଜ୍ୟରେ ୨୫ ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ବୋଲି ଜଣାପଡ଼ିଛି ।

ଆଜି ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫.୬୨,୪୧୪ ରେ ପହଞ୍ଚିଛି । ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪୩୪୮୦ ଥିବାବେଳେ ମୃତ୍ୟୁସଂଖ୍ୟା ୭୬୨୭୧ ରହିଛି । ତେବେ ଦେଶରେ ଏପର୍ଯ୍ୟନ୍ତ ୩୫୪୨୬୬୩ ଜଣ ଆରୋଗ୍ୟ ଲାଭ କଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି । ଓଡ଼ିଶାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର