ଭୁଲ ଇଞ୍ଜେକ୍ସନ ଯୋଗୁଁ ମହିଳାଙ୍କର ଜନ୍ମ ହେଲା ସନ୍ତାନ, କ୍ଷତିପୂରଣ ବାବଦକୁ ମିଳିବ ୭୪ କୋଟି ଟଙ୍କା

ନ୍ୟୁୟର୍କ: ଭୁଲ ଇଞ୍ଜେକ୍ସନ ଯୋଗୁଁ ମହିଳାଙ୍କର ଜନ୍ମ ହେଲା ସନ୍ତାନ, ଆଉ ଏଥିପାଇଁ କ୍ଷତିପୂରଣ ବାବଦକୁ ମେଡିକାଲ ଦେବ ୭୪ କୋଟି ଟଙ୍କା | ଆମେରିକାର ସିଆଟେଲ କୋର୍ଟ ଗୋଟିଏ ପରିବାରକୁ କ୍ଷତିପୂରଣ ବାବଦରେ ୭୪ କୋଟିରୁ ଅଧିକ ଟଙ୍କା ଦେବାକୁ ରାୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ୟେସେନିଆ ପାଚେକୋ ନାମକ ଜଣେ ମହିଳା ମା ହେବାକୁ ଚାହୁଁନଥିଲେ, କିନ୍ତୁ ଜଣେ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ହେତୁ ସେ ଗର୍ଭବତୀ ହୋଇଥିଲେ।

ମହିଳା ଜଣକ ଜନ୍ମ ନିୟନ୍ତ୍ରଣ ଇଞ୍ଜେକ୍ସନ ପାଇଁ ଏକ କମ୍ୟୁନିଟି କ୍ଲିନିକକୁ ଯାଇଥିଲେ, କିନ୍ତୁ ତାଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯାଇଥିଲା। ଆଉ ଭୁଲ ଇଞ୍ଜେକ୍ସନ ପରେ ଦମ୍ପତିଙ୍କର ଏକ ଦିବ୍ୟାଙ୍ଗ ଶିଶୁ କନ୍ୟା ଜନ୍ମ ହୋଇଥିଲା | ଯେହେତୁ ମହିଳା ଜଣକ ଜନ୍ମ ନିୟନ୍ତ୍ରଣ ଇଞ୍ଜେକ୍ସନ ପାଇଁ ସରକାରୀ କ୍ଲିନିକକୁ ଯାଇଥିଲେ, ତେଣୁ କୋର୍ଟ ସ୍ଥାନୀୟ ପ୍ରଶାସନକୁ ୭୪ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ରାୟ ଦେଇଛନ୍ତି |

୭୪ କୋଟି ଟଙ୍କା ମଧ୍ୟରୁ ନବଜାତ କନ୍ୟାର ଚିକିତ୍ସା, ଶିକ୍ଷା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫୫ କୋଟି ଟଙ୍କା ଦିଆଯିବାକୁ ଥିବାବେଳେ ବଳକା ଟଙ୍କା କ୍ଷତିପୂରଣ ବାବଦରେ ଦମ୍ପତି ପାଇବେ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି | ସୂଚନା ଥାଉ କି ୟେସେନିଆ ପାଚେକୋ ୧୬ ବର୍ଷ ବୟସରେ ଶରଣାର୍ଥୀ ଭାବରେ ଆମେରିକା ଆସିଥିଲେ। ଯେହେତୁ ସେ ଦୁଇ ସନ୍ତାନର ମା ଥିଲେ ତେଣୁ ତୃତୀୟ ସନ୍ତାନ ଚାଁହୁନଥିଲେ | ହେଲେ ଗର୍ଭପାତ କରିବାକୁ ମେଡିକାଲକୁ ଯାଇଥିବାବେଳେ ନର୍ସ ଭୁଲ ଇଞ୍ଜେକ୍ସନ ଦେଇଥିଲେ, ଯାହାଫଳରେ ତାଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହୋଇଥିଲା |

ସମ୍ବନ୍ଧିତ ଖବର