ପାଟନା ଆଇଆଇଟିରେ ବିଟେକ୍ ପ୍ରି-ପ୍ଲେସମେଣ୍ଟରେ ୭୪% ବୃଦ୍ଧି, ମିଳିଲା ୮୨.୦୪ ଲକ୍ଷର ପ୍ୟାକେଜ୍

ପାଟନା: ପାଟନାସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ଆରମ୍ଭ ହୋଇଛି ବି.ଟେକ୍ ପିଲାଙ୍କ ପାଇଁ ପ୍ରି-କ୍ୟାମ୍ପସ୍ ପ୍ଲେସମେଣ୍ଟ। ବିଟେକ୍-୨୦୨୩ ବ୍ୟାଚର ୬୧ଜଣ ଛାତ୍ରଙ୍କୁ ଚଳିତ ବର୍ଷ ୨୨ଟି କମ୍ପାନିରୁ ଚାକିରି ଅଫର ଆସିଛି। ସେମାନଙ୍କୁ ବିଭିନ୍ନ ପଦ ପାଇଁ ପ୍ରି-ପ୍ଲେସମେଣ୍ଟ୍ ଅଫର୍ ମିଳିଛି।

ପାଟନା ଆଇଆଇଟି ପକ୍ଷରୁ କୁହାଯାଇଛି ଯେ, ୨୦୨୧-୨୦୨୨ ବ୍ୟାଚ୍ ତୁଳନାରେ ୨୦୨୨-୨୩ରେ ପିଲାଙ୍କୁ ମିଳିଥିବା ପ୍ରି-ପ୍ଲେସମେଣ୍ଟ ଅଫର (ପିପିଓ)ରେ ୭୪ପ୍ରତିଶତ ଅଭିବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ, ହାରାହାରି ବେତନ ପ୍ୟାକେଜ୍ କ୍ଷେତ୍ରରେ ପ୍ରାୟ ୧୬.୭୦ ପ୍ରତିଶତ ବୃଦ୍ଧି ହୋଇଛି। ଗତ ବର୍ଷ ପାଟନା ଆଇଆଇଟିର ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୨୪ଲକ୍ଷ ଟଙ୍କାର ପ୍ୟାକେଜ ମିଳିଥିବା ବେଳେ ଚଳିତ ବର୍ଷ ହାରାହାରି ପ୍ୟାକେଜ ୨୮.୫୦ଲକ୍ଷକୁ ବୃଦ୍ଧି ପାଇଛି। ୬୧ଜଣଙ୍କୁ ୨୨ଟି କମ୍ପାନି ଚାକିରି ପ୍ରଦାନ କରିଥିବା ବେଳେ ସବୁଠୁ ଅଧିକ ପ୍ୟାକେଜ ରହିଛି ୮୨.୦୫ଲକ୍ଷ। ଚାକିରି ଦେଇଥିବା କମ୍ପାନି ମଧ୍ୟରେ ରହିଛନ୍ତି ଗୁଗଲ, ସାମସଙ୍ଗ ଓ ସର୍ଭିସ ନାଓ। ଇ-କମର୍ସ କମ୍ପାନି ଆମାଜନ ଆଇଆଇଟି ପାଟନାର ୨୦୨୩ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ୪ଟି ପ୍ରି-ପ୍ଲେସମେଣ୍ଟ ଅଫର ଦେଇଛି।

ଚଳିତ ବର୍ଷ ଆଇଆଇଟି ପାଟନା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନି ଦ୍ୱାରା ସଫ୍ଟୱେର୍ ଡେଭଲପମେଣ୍ଟ ଇଞ୍ଜିନିୟର ପଦ ପାଇଁ ୬୧.୦୫ ଲକ୍ଷ ଏବଂ ୫୭.୭୫ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍ ପ୍ରଦାନ କରାଯାଇଛି। ଏଥି ସହିତ, ୨୦୨୨-୨୩ରେ ସର୍ବାଧିକ ବେତନ ପ୍ୟାକେଜ୍ ଏ ପର୍ଯ୍ୟନ୍ତ ୮୨.୦୫ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର