ଲକ୍ଷ୍ମୌ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିରେ ଉତ୍ତର ପ୍ରଦେଶରେ ବି ସାମିଲ ରହିଛି। ଚଳିତ ଥର ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି।

Advertisment

ଜଣେ ବୃଦ୍ଧ ୯୩ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହି ଖବର ମିଥ୍ୟା  ଭଳି ଲାଗୁଥିଲେ ବି ଏହା ବାସ୍ତବ। ବିଭିନ୍ନ ପଦବୀରେ ୯୨ଥର ନିର୍ବାଚନ ହାରିଯିବା ପରେ ମଧ୍ୟ ଆଗ୍ରାର ହସନୁରାମ ଆମ୍ବେଦକରିଙ୍କ ମନବଳ ଭାଙ୍ଗି ନାହିଁ। ସେ ନିଜ ଉପରେ ଆତ୍ମବିଶ୍ବାସ ରଖି ଉତ୍ସାହ ସହ ଚଳିତ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛନ୍ତି।

ଏହାପୂର୍ବରୁ ହସନୁରାମ ଆମ୍ବେଦକର ୧୯୮୫ରୁ ଲଗାତାର ୩୬ବର୍ଷ ହେବ ୯୨ଥର ନିର୍ବାଚନ ଲଢ଼ି ଆସିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଥରେ ମଧ୍ୟ ସେ ବିଜୟ ମୁକୁଟ ପିନ୍ଧି ନାହାନ୍ତି। ୧୯୮୮ରେ ସେ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପ୍ରତିଥର ଭଳି ଏହା ବି ଖାରଜ ହୋଇ ଯାଇଥିଲା।

ତେବେ ଏଥର ହସନୁରାମ ଆମ୍ବେଦକରିଙ୍କୁ ପାଦରେ ଛିଣ୍ଡା ଜୋତା ପିନ୍ଧିଥିବା ସହିତ ଖଦି କୁର୍ତ୍ତା ପିନ୍ଧି ରବିବାର ୯୩ତମ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବା ଦେଖିବାକୁ ମିଳିଥିଲା। ଏତେଥର ନିର୍ବାଚନ ହାରିଥିବା ସ‌ତ୍ତ୍ବେ ନାମାଙ୍କନ ପତ୍ର ଦାଖଲ ସମୟରେ ତାଙ୍କ ମନରେ ବିଜୟର ଆଶା ଭରି ରହିଥିଲା।

ଚଳିତ ଥର ହସନୁରାମ ଆମ୍ବେଦକରି ୱାର୍ଡ ୩୦ରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯେକୌଣସି ନିର୍ବାଚନ ହେଉ ପ୍ରତିଥର ଜିତିବା ଆଶାରେ ହନସୁରାମ ନାମାଙ୍କନ ଦାଖଲ କରିଥାଆନ୍ତି।