ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୭୪୦ଟି ଅଟୋ ଏବଂ ୨୦ଟି ବସ୍‌ର ବ୍ୟବସ୍ଥା କଲେ ଥାନେ ଜିଲ୍ଲା ନିର୍ବାଚନ ଅୟୋଗ

ଥାଣେ : ଥାଣେ ଜିଲ୍ଲା ନିର୍ବାଚନ ଆୟୋଗ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପ୍ରିଲ ୨୯ରେ ମତଦାନ ହେବାକୁ ଥିବା ବେଳେ ଦିବ୍ୟାଙ୍ଗ ମତଦାତାଙ୍କ ସମସ୍ୟାର ସମାଧାନ କରିବାକୁ ଯାଇ ୭୪୦ଟି ଅଟୋ ଏବଂ ୨୦ଟି ବସ୍‌ର ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ । ପ୍ରତି ବସ୍‌ରେ ମତଦାତାଙ୍କ ସହାୟତା ପାଇଁ ଜଣଙ୍କୁ ରଖାଯିବ ବୋଲି ଜଣା ପଡ଼ିଛି ।

South Asians News Portal

ଶନିବାର ଏହି ଘୋଷଣା କରାଯାଇଥିବା ବେଳେ ଖବରଟି ସାମ୍ନାକୁ ଆସିବା ପରେ ଦିବ୍ୟାଙ୍ଗ ମତଦାତାଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଯଦି ଦରକାର ହୁଏ, ତେବେ ଆହୁରି ଅନେକ ଗାଡ଼ିକୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଥାଣେ ଜିଲ୍ଲା ନିର୍ବାଚନ ଆୟୋଗ । ଥାଣେ ଜିଲ୍ଲା ନିର୍ବାଚନ ଆୟୋଗ ଏବଂ ଥାଣେ ନଗର ପରିବହନର ମିଳିତ ସହଯୋଗରେ ଏହି ସୁବିଧା ଦିବ୍ୟାଙ୍ଗକୁ ଯୋଗାଇ ଦିଆଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର