ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓଡ଼ିଶାକୁ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୭,୪୫,୮୩,୭୫୩ କୋଭିଡ୍-୧୯ ଟିକା ମାଗଣାରେ ଯୋଗାଇ ଦେଇଛନ୍ତି। ବିଜୟାୱାଡ଼ା ନିବାସୀ ଆଇ. ରବିକୁମାରଙ୍କ ଦ୍ବାରା ସୂଚନା ଅଧିକାର ଆଇନ ଜରିଆରେ ହାସଲ ହୋଇଥିବା ତଥ୍ୟରେ ଏହା ଉଲ୍ଲେଖ ରହିଛି।
ତଥ୍ୟରେ କୁହାଯାଇଛି ଯେ ଡିସେମ୍ବର ୩୧, ୨୦୨୨ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମୋଟ ୧,୯୯,୪୯,୭୨,୯୨୦ ଟିକା ମାଗଣାରେ ଯୋଗାଇ ଦିଆଯାଇଛି। ଓଡ଼ିଶାରେ ୧୨ ବର୍ଷରୁ ଅଧିକ ବୟସର ୯୭ ପ୍ରତିଶତ ବ୍ୟକ୍ତି ପ୍ରଥମ ଡୋଜ୍ ଏବଂ ୯୧ ପ୍ରତିଶତ ଦ୍ବିତୀୟ ଡୋଜ୍ ଏବଂ ୧,୩୧,୯୬,୫୧୯ ଲୋକ ବୁଷ୍ଟର୍ ଡୋଜ ନେଇଥିବା ତଥ୍ୟରେ ଉଲ୍ଲେଖ ରହିଛି।