ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍‌ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍‌ ପାଇଁ ରାଜଧାନୀ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ‌କିଛି ବି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦିଲ୍ଳୀ ପୁଲିସ୍‌ର ଅନେକ ଦଳ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି। ସୁରକ୍ଷା ପାଇଁ ଦିଲ୍ଲୀରେ ୬୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ କର୍ତ୍ତବ୍ୟ ପାଥ୍‌ରେ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବରେ ୨୪ଟି ହେଲ୍‌ପ ଡେକ୍ସ ବି ରଖାଯାଇଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରାୟ ୬୫,୦୦୦ ଲୋକ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବେ। ଆଜି ସକାଳ ୧୦.୩୦‌ରେ ଆରମ୍ଭ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବ ଦେଶର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ନିଆରା ମିଶ୍ରଣ ହେବ। ଯାହାକି ଦେଶରେ ବୃଦ୍ଧି ପାଉଥିବା ସ୍ବଦେଶୀ ଦକ୍ଷତା, ନାରୀ ଶକ୍ତି ଏବଂ ନୂତନ ଭାରତ ଅବିର୍ଭାବକୁ ଦର୍ଶାଇବ।

ଭାରତୀୟ ସେନାବାହିନୀର ମହିଳା ଅଧିକାରୀମାନେ ନିଜ ନେତୃତ୍ବ ନେବାର ବଳିଷ୍ଠ ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି। ଭାରତ ସରକାର ମଧ୍ୟ ମହିଳା ଅଧିକାରୀଙ୍କ ଲାଗି ସେନାବାହିନୀରେ ଅନେକ ନୂଆ ସୁଯୋଗ ଉନ୍ମୁକ୍ତ କରିଛନ୍ତି। ଏଥର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଥିବା ୭୪ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅନେକ ମହିଳା ଅଧିକାରୀ ନିଜ ନିଜ ସାମରିକ ଦଳର ନେତୃତ୍ବ ନେଉଛନ୍ତି।

ଏ ବର୍ଷ ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଅଧୀନସ୍ଥ ଓଟ ବାହିନୀ ଦଳରେ ମହିଳା ଅଧିକାରୀମାନେ ସାମିଲ ହୋଇଛନ୍ତି।

 

ସମ୍ବନ୍ଧିତ ଖବର