‘୭୫ କ୍ରିଏଟିଭ୍‌ ମାଇଣ୍ଡ୍‌ସ ଟୁମରୋ’: ଓଡ଼ିଶାରୁ କେହି ନାହିଁ

ନୂଆଦିଲ୍ଲୀ : ‘ଡାଇରେକ୍ଟୋରେଟ୍‌ ଅଫ୍‌ ଫିଲ୍ମ ଫେଷ୍ଟିଭାଲ୍ସ ଅଫ୍‌ ଇଣ୍ଡିଆ’ ଦ୍ବାରା ପ୍ରଥମ ଥର ପାଇଁ ଆ‌‌‌ୟୋଜିତ ହୋଇଥିଲା ‘୭୫ କ୍ରିଏଟିଭ୍‌ ମାଇଣ୍ଡସ୍‌ ଟୁମରୋ’। ଏଥିରେ ସାରା ଦେଶରୁ ୭୫ ଜଣଙ୍କୁ ଚୟନ କରାଯାଇଥିବା ବେଳେ ଓଡ଼ିଶାରୁ କେହି ନାହାନ୍ତି। ଶନିବାର ଦିନ ଗୋଆରେ ୫୨ତମ ଭାରତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ୭୫ ଜଣଙ୍କ ନାମ ଘୋଷଣା କରାଯାଇଛି। ଚଳଚ୍ଚିତ୍ର ନିର୍ମାଣରେ ଦକ୍ଷତାକୁ ବିଚାରକୁ ନେଇ ଏହି ଚୟନ ହୋଇଛି। ଚୟନ ହୋଇଥିବା ଏହି କଳାକାରମାନଙ୍କ ମଧ୍ୟରେ ୭ ମହିଳା ଓ ୬୮ ପୁରୁଷ ସ୍ଥାନ ପାଇଛନ୍ତି। ଚଳିତ ମାସ ୨୮ ପର୍ଯ୍ୟନ୍ତ ଆଇଏଫ୍‌ଏଫ୍‌ଆଇ ଚାଲିବ। ପ୍ରତିଷ୍ଠିତ ଚଳଚ୍ଚିତ୍ର ବ୍ୟକ୍ତିତ୍ବଙ୍କ ସହ ଚୟନ ହୋଇଥିବା କଳାକାରମାନେ ଆଲୋଚନା କରିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର