୭୫ ଜିଲ୍ଲାର ବର୍ଗୀକରଣ କରିବେ ୟୁପି ସରକାର

ଲକ୍ଷ୍ନୌ : ରାଜ୍ୟର ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଏକ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯୋଜନାର ନାଁ ହେଉଛି ଡିଷ୍ଟ୍ରିକ୍ଟ ଗୁଡ଼୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ (ଡିଜିଜିଆଇ) ବା ଜିଲ୍ଲା ସୁଶାସନ ସୂଚକାଙ୍କ।

ସୁଶାସନ ଦୃଷ୍ଟିରୁ ପ୍ରତିବର୍ଷ ଜିଲ୍ଲାଗୁଡ଼ିକୁ ମାର୍କ ଦିଆଯିବ ଏବଂ ସେହି ମାର୍କ ଭିତ୍ତିରେ ସେମାନେ ଏକ ରୢାଙ୍କ ପାଇବେ। ଏହାଦ୍ବାରା କେଉଁ ଜିଲ୍ଲାରେ କ’ଣ କ’ଣ ଅଭାବ ଅଛି ଏବଂ କେଉଁ ଜିଲ୍ଲାବାସୀ ସରକାରଙ୍କ ସୁଶାସନରେ ସନ୍ତୁଷ୍ଟ ସେ ବିଷୟରେ ସରକାରଙ୍କ ପାଖରେ ତଥ୍ୟ ପହଞ୍ଚିବ। ଅଧିକ ଭଲ ରୢାଙ୍କ ପାଇବା ପାଇଁ ଜିଲ୍ଲାଗୁଡ଼ିକ ଭିତରେ ଭଲ ହେବାର ପ୍ରତିଯୋଗିତା ଆରମ୍ଭ ହେବ। ବର୍ତ୍ତମାନ ଭାରତୀୟ ଜନ ପ୍ରଶାସନ ପ୍ରତିଷ୍ଠାନ (ଆଇଆଇପିଏ) ବିଭିନ୍ନ ବିଭାଗରୁ ୨୦୧୯-୨୦ରୁ ୨୦୨୧-୨୨ ପର୍ଯ୍ୟନ୍ତ ବର୍ଷଗୁଡ଼ିକ ପାଇଁ ମିଳିଥିବା ତଥ୍ୟର ବିଶ୍ଲେଷଣ କରୁଛି। ତା’ପରେ ଜିଲ୍ଲାଗୁଡ଼ିକୁ ରୢାଙ୍କ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର