ବିଧାନସଭା ନିର୍ବାଚନ: ନାଗାଲାଣ୍ଡରେ ୭୫ପ୍ରତିଶତ, ମେଘାଳୟରେ ୬୭% ଭୋଟିଂ

ନାଗାଲାଣ୍ଡରେ ଏନଡିପିପି-ଏନପିିଏଫ ମଧ୍ୟରେ ମୁହାଁମୁହିଁ, ଜଣେ ମୃତ

ନୂଆଦିଲ୍ଲୀ: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଅପରାହ୍ଣ ୪ଟା ସୁଦ୍ଧା ୭୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏକ ମତଦାନ କେନ୍ଦ୍ର ନିକଟରେ ଏନଡିପିପି ଓ ଏନପିଏଫ ମଧ୍ୟରେ ମୁହାଁମୁହିଁ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିଭଳି ମେଘାଳୟରେ ମଧ୍ୟ ଅପରାହ୍ଣ ୪ଟା ସୁଦ୍ଧା ୬୭ ପ୍ରତିଶତ ମତଦାନ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଉଭୟ ରାଜ୍ୟରେ ୫୯-୫୯ ସିଟ ପାଇଁ ମତଦାନ ହୋଇଛି। ମତଦାନ ଚାଲିଥିବା ବେଳେ ନାଗାଲାଣ୍ଡର ଅକୁଲୁତୋସ୍ଥିତ ବୋଲିଂ ବୁଥରେ ଏନଡିପିପି-ଏନପିିଏଫ ମଧ୍ୟରେ ମୁହାଁମୁହିଁ ହୋଇଥିଲା।

ମେଘାଳୟର ପୂର୍ବ ଗାରୋ ହିଲ୍ସ ଜିଲ୍ଲାରେ ଗତ ଫେବ୍ରୁଆରି ୧୮ରେ ହୋଇଥିବା ବୋମା ବିସ୍ଫୋରଣରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ପ୍ରାର୍ଥୀ ଜୋନାଥନ ଏନ ସଙ୍ଗମାଙ୍କ ମୃତ୍ୟୁ ପରେ ଭିଲିୟମନଗର ସିଟ ପାଇଁ ମତଦାନ ବାତିଲ କରି ଦିଆଯାଇଛି। ଏହି ସିଟରେ ପରେ ମତଦାନ ଗ୍ରହଣ କରାଯିବ। ନାଗାଲାଣ୍ଡରେ ଏନଡିପିପି ପ୍ରମୁଖ ନୀଫିୟୁ ରିଓଙ୍କୁ ଉତ୍ତର ଅଙ୍ଗାମୀ-ଦ୍ୱିତୀୟ ବିଧାନସଭା ସିଟରୁ ନିର୍ବିରୋଧ ନିର୍ବାଚିତ ଘୋଷଣା କରାଯାଇଛି।

ମେଘାଳୟରେ ୧୮ଲକ୍ଷରୁ ଅଧିକ ମତଦାତା ୩ ହଜାରରୁ ଅଧିକ ପ୍ରାର୍ଥିୀଙ୍କର ଭାଗ୍ୟ ପରୀକ୍ଷା କରିଛନ୍ତି। ସେହିଭଳି ନାଗାଲାଣ୍ଡରେ ୧୧ ଲକ୍ଷ ୭୬ ହଜାର ୪୩୨ ମତଦାତା ମତଦାନ କରିଛନ୍ତି।

ସମ୍ବନ୍ଧିତ ଖବର