କେଜ୍ରିୱାଲଙ୍କ ରାସ୍ତାରେ ଦିଦି: ତିନିମାସରେ ୭୫ ୟୁନିଟ ଯାଏଁ ମାଗଣା ବିଦ୍ୟୁତ ଦେବାକୁ ଘୋଷଣା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗରିବଙ୍କ ପାଇଁ ବଡ ଘୋଷଣା କରିଛନ୍ତି | ମମତା ବଜେଟ ଅଧିବେଶନରେ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗରେ ତିନି ମାସରେ ୭୫ ୟୁନିଟ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ | ପଶ୍ଚିମବଙ୍ଗରେ ୨୦୨୧ ବେଳକୁ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମାଗଣା ବିଦ୍ୟୁତର ଘୋଷଣା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି |

The Financial Express

ମମତା ସରକାର ଆଜି ବିଧାନସଭାରେ ବଜେଟ ଆଗତ କରିଥିଲେ | ୨୫୫୬୭୭ କୋଟି ଟଙ୍କାର ଏହି ବଜେଟରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଗାମୀ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୦୦ଟି ଲଘୁ ଓ ମଧ୍ୟମ ଉଦ୍ୟୋଗ ପାର୍କ କରାଯିବ | କିଛି ବର୍ଷ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାଗଣା ବିଜୁଳି ଯୋଜନାର ଆରମ୍ଭ କରିଥିଲେ | ୨୦୦ ୟୁନିଟ ଯାଏଁ ମାଗଣା ବିଦ୍ୟୁତ ଦେବାକୁ କେଜ୍ରିୱାଲ ଘୋଷଣା କରିଥିଲେ |

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ମାସକୁ ୧୦୦ ୟୁନିଟ ଯାଏଁ ମାଗଣା ବିଦ୍ୟୁତ ଦିଆଯିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି | ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଇସ୍ତାହାରରେ ମାଗଣା ବିଜୁଳି ନେଇ ଘୋଷଣା କରାଯାଇଥିବାରୁ ହେମନ୍ତ ସୋରେନଙ୍କ ସରକାର ଏହା ବାବଦରେ କିଛି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର